Latest Odisha News

BREAKING NEWS

କରୋନା ପ୍ରଭାବ: ଉଦଘାଟନ ହେବାର ୨ ଘଣ୍ଟା ପରେ ସିଲ୍ ହେଲା ସୁପର୍ ଷ୍ଟୋର୍ !

ଢେଙ୍କାନାଳ: ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ଼ରେ ଶୁକ୍ରବାର ଦିନ ରିଲାଏନ୍ସ ସୁପର ଷ୍ଟୋର୍ ଉଦଘାଟନ ହେବାର ମାତ୍ର ୨ ଘଣ୍ଟା ପରେ ସିଲ୍ ହୋଇଛି । ଏହି ଘଟଣାନେଇ ଏବେ ସହରରେ ଚର୍ଚ୍ଚା ହେବାରେ ଲାଗିଛି ।

ଏସମ୍ପର୍କରେ ତହସିଲଦାର ଲକ୍ଷ୍ମୀଧର ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ସାମାଜିକ ଦୂରତା ଅବମାନନା ଦୃଷ୍ଟିଗୋଚର ହେବା ପରେ ଏହି ଷ୍ଟୋରକୁ ସିଲ୍ କରିଦିଆଯାଇଛି ।

ଷ୍ଟୋର୍ ଖୋଲିବାକ୍ଷଣି ଲୋକାରଣ୍ୟ ହୋଇଯାଇଥିଲା । ସାମାଜିକ ଦୂରତା ରକ୍ଷା ନହେବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୨ଟା ୩୦ରେ ଷ୍ଟୋରକୁ ସିଲ୍ କରିଥିଲେ ।

ଏପରିକି ଆବଶ୍ୟକୀୟ ସର୍ତ୍ତ ନେଇ ଅନୁମତି ପ୍ରାପ୍ତ ହୋଇନଥିଲା ଏହି ଷ୍ଟୋର । କୋଭିଡ଼ ୧୯ ଗାଇଡ଼ଲାଇନ ଅନୁଯାୟୀ ଏହା ପରିଚାଳିତ ନହେଉଥିବା ଦେଖିବା ପରେ କରୋନା ସଂକ୍ରମଣର ଭୟ ରହିଥିଲା । ଏସବୁ ଦୃଷ୍ଟିରେ ରଖି ଷ୍ଟୋରକୁ ସିଲ୍ କରିଦିଆଯାଇଥିବା ନେଇ ତହସିଲଦାର କହିଛନ୍ତି ।

Leave A Reply

Your email address will not be published.