Latest Odisha News

୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକଙ୍କ ଜୀବନ ନେବ ସୁପରବଗ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକ ସୁପରବଗ ତଥା ଆଣ୍ଟିବାୟୋଟିକ୍ ରେଜିଷ୍ଟେନ୍ସ ଯୋଗୁଁ ମୃତ୍ୟୁ ବରଣ କରିବାର ଆଶଙ୍କା ରହିଛି। ଲାନସେଟର ଏକ ନୂତନ ଅଧ୍ୟୟନରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି।

ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ ହେତୁ ମୃତ୍ୟୁ ସଂଖ୍ୟା ୨୦୨୨ରୁ ୨୦୫୦ ପର୍ଯ୍ୟନ୍ତ ପ୍ରାୟ ୭୦% ବୃଦ୍ଧି ପାଇପାରେ। ତେବେ ବୟସ୍କଙ୍କ ପ୍ରତି ଅଧିକ ବିପଦ ରହିବ।

ଜୀବାଣୁ ଏବଂ ଫଙ୍ଗସକୁ ମାରିବାରେ ଔଷଧ ବିଫଳ ହେଲେ ସୃଷ୍ଟି ହୋଇଥାଏ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ। ଏହି ଅଧ୍ୟୟନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି।

ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ ଯୋଗୁଁ ୨୦୫୦ ସୁଦ୍ଧା ୩.୯୦ କୋଟି ମୃତ୍ୟୁ ମଧ୍ୟରୁ ୧.୧୮ କୋଟି ଲୋକ ଦକ୍ଷିଣ ଏସିଆରେ ମୃତ୍ୟୁ ବରଣ କରିବେ।

ରିସର୍ଚ୍ଚରେ ସାମିଲ ବୈଜ୍ଞାନିକମାନେ କହିଛନ୍ତି ଯେ ଆଫ୍ରିକୀୟ ଅଞ୍ଚଳରେ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ ସହ ଜଡିତ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ସେମାନେ ଆହୁରି ମଧ୍ଯ କହିଛନ୍ତି ଯେ ଲୋକମାନେ ଆଣ୍ଟିବାୟୋଟିକ୍ ଅଧିକ ବ୍ୟବହାର କରୁଛନ୍ତି ଏବଂ କେହି କେହି ଆଣ୍ଟିବାୟୋଟିକ୍ ଗୁଡିକୁ ଭୁଲ୍ ଭାବେ ବ୍ୟବହାର କରୁଛନ୍ତି।

 

Leave A Reply

Your email address will not be published.