Latest Odisha News

BREAKING NEWS

‘ଡୋନା ସାଇବର୍‌-କ୍ୟାଫେ’ରେ ଗ୍ରାହକଙ୍କୁ କଫି ସର୍ଭ କରିବ ସୁନ୍ଦରୀ ରୋବଟ୍

ନୂଆଦିଲ୍ଲୀ : କାଫେରେ ମଣିଷ ବଦଳରେ କଫି ପରଷିବ ରୋବଟ୍‌ । ଦୁବାଇରେ ଖୋଲିବାକୁ ଯାଉଛି ‘ଡୋନା ସାଇବର୍‌-କ୍ୟାଫେ’  । ଯାହା ରୋବଟ୍‌ଙ୍କ ଦ୍ବାରା ପରିଚାଳିତ ହେବ । ଗ୍ରାହକଙ୍କ ମନକୁ ବୁଝି ଖାଦ୍ୟ,ପାନୀୟ ଯୋଗାଇବ ସୁନ୍ଦରୀ ରୋବଟ୍‌  ।

ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଦୁବାଇରେ ଏକ କାଫେ ଖୋଲାଯାଉଛି  । ଯାହା ୨୪ ଘଣ୍ଟା ଧରି ଲୋକଙ୍କୁ କଫି ଯୋଗାଇବ  । ତେବେ୨୪ ଘଣ୍ଟା ଧରି କଫି ଯୋଗାଇବା ମଣିଷ ପକ୍ଷେ ଅସମ୍ଭବ । ତେଣୁ କଫି ମାଲିକ କାଫେ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ  । ମଣିଷ ପରିବର୍ତ୍ତେ କାଫେରେ ଡ୍ୟୁଟି କରିବ ସୁପର ମଡେଲ ରୋବଟ୍‌  ।

ଏହା ପୃଥିବୀର ପ୍ରଥମ କ୍ୟାଫେ ହେବାକୁ ଯାଉଛି ଯାହା ମଣିଷର ସାହାଯ୍ୟ ବିନା ସଂପୂର୍ଣ୍ଣ ରୂପେ ରୋବଟ୍‌ଙ୍କ ଦ୍ବାରା ପରିଚାଳିତ ହେବ। ଯେଉଁଠି ଅତିଥି ଚର୍ଚ୍ଚା କରିବ ରୋବଟ୍‌। ୟୁରୋପୀୟ ମଡେଲ୍ ଡାଏନା ଗାବଦୁଲିନାଙ୍କୁ ଅନୁକରଣ କରି ଏହି ରୋବଟ୍‌ ପ୍ରସ୍ତୁତ କରାଯାଇଛି । ଜୀବନ୍ତ ଦିଶୁଥିବା ଏହି ପରିଚାରିକା ରୋବଟ୍‌ର ନାମ ରଖାଯାଇଛି ‘ରୋବୋ-ସି୨’, ଯାହାକୁ ଆର୍‌ଡିଆଇ ରୋବୋଟିକ୍‌ସ ନାମକ ସଂସ୍ଥା ପ୍ରସ୍ତୁତ କରିଛି।

ଏହାର ଯନ୍ତ୍ରପାତି ଗୁଡ଼ିକୁ ରୁଷିଆରୁ ଆମଦାନି କରାଯାଇଥିବା ଜଣାପଡ଼ିଛି । ଏହି ରୋବଟ୍‌ର ବ୍ୟକ୍ତିତ୍ବ ଜଣେ ବନ୍ଧୁତ୍ବପୂର୍ଣ୍ଣ ମହିଳାଙ୍କ ଅନୁରୂପ ହେବ ବୋଲି କୁହାଯାଉଛି। ତେବେ ଏହି ରୋବଟ୍‌ ‘ରୋବୋ-ସି୨’ ଗ୍ରାହକର ମାନସିକ ଅବସ୍ଥା ଅନୁଯାୟୀ ମଣିଷ ଭଳି ଆବେଗପୂର୍ଣ୍ଣ କଥା ହୋଇପାରିବା ସହ ଗ୍ରାହକଙ୍କ ଅର୍ଡର ନେବାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାହକଙ୍କୁ ମନେ ରଖିବା ସମସ୍ତ କାର୍ଯ୍ୟ ବହନ କରିପାରିବ  ।

 

Comments are closed.