Latest Odisha News

BREAKING NEWS

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି ।

୧୫୦ରୁ ୫୦୦ କିଲୋମିଟର ଦୂରତାରେ ଟାର୍ଗେଟକୁ ଧ୍ୱଂସ କରିପାରେ କ୍ଷେପଣାସ୍ତ୍ର ‘ପ୍ରଳୟ’ । ଭୂପୃଷ୍ଠକରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ‘ପ୍ରଳୟ’ କ୍ଷେପଣାସ୍ତ୍ର ମଝି ଆକାଶରେ ଗତିପଥ ପରିବର୍ତ୍ତନ କରିପାରିବ । ଏଥିରେ ସଲିଡ୍ ପ୍ରୋପେଲାଣ୍ଟ ରକେଟ୍ ମଟର ସହ ଅନେକ ନୂଆ ଜ୍ଞାନକୌଶଳର ଉପଯୋଗ ହୋଇଛି ।

ପ୍ରଥମଥର ପାଇଁ ‘ପ୍ରଳୟ’ ମିସାଇଲର ପରୀକ୍ଷଣ ୨୦୧୧ ମସିହାରେ ହୋଇଥିଲା । ଗତବର୍ଷ ମଧ୍ୟ ଡିଆରଡିଓ ଲଗାତାର ଦୁଇଦିନ ଧରି ଦୁଇଥର କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ କରିଥିଲା । ଏବେ ଭାରତର ୩ ସେନା ରକେଟ୍ ଫୋର୍ସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୀଘ୍ର ହିଁ ମିସାଇଲ୍ ‘ପ୍ରଳୟ’ ସୀମାରେ ମୁତୟନ ହେବ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ‘ପ୍ରଳୟ’ ମିସାଇଲକୁ ଇଣ୍ଟରସେପ୍ଟର ମିସାଇଲ୍ ଧ୍ୱଂସ କରି ପାରିବ ନାହିଁ । ନିଜ ଗତିପଥ ନିଜେ ବଦଳାଇ ଶତ୍ରୁକୁ ଚକମା ଦେଇ ପାରିବ ‘ପ୍ରଳୟ’ । ସେନାରେ ‘ପ୍ରଳୟ’ କ୍ଷେପଣାସ୍ତ୍ର ସାମିଲ୍ ସେନାକୁ ଅଧିକ ବଳୀୟାନ୍ କରିବ ।

ଏହା ପୂର୍ବରୁ ଭାରତ ଗତ ୧୫ ତାରିଖରେ ଅଗ୍ନି-୫ ମିସାଇଲର ସଫଳ ରାତ୍ରୀ ପରୀକ୍ଷଣ କରିଥିଲା । ଯାହାକି ୫୫୦୦ କିଲୋମିଟର ରେଞ୍ଜ ଭିତରେ ଥିବା ଟାର୍ଗେଟକୁ ଧ୍ୱଂସ କରିପାରିବ । ଏଲଏସିରେ ଭାରତ-ଚୀନ ମଧ୍ୟରେ ଲାଗିଥିବା ସଂଘର୍ଷ ଭିତରେ ସେନାରେ ‘ପ୍ରଳୟ’ କ୍ଷେପଣାସ୍ତ୍ର ସାମିଲ୍ ହେବା ଡ୍ରାଗନର ବୁଦ୍ଧି ବଣା କରିଛି ।

Leave A Reply

Your email address will not be published.