Latest Odisha News

BREAKING NEWS

ପୁଣି ଏକାଠି ନଜର ଆସିବେ ନିର୍ଦ୍ଦେଶକ ମଣିରତ୍ନମ ଓ ଅଭିନେତା ରଜନୀକାନ୍ତ

ମୁମ୍ବାଇ: ପୁଣି ଠାରେ ଦୀର୍ଘ 36 ବର୍ଷ ପରେ ଏକାଠି ନଜର ଆସିବେ ଅଭିନେତା କମଲ ହାସନ ଏବଂ ନିର୍ଦ୍ଦେଶକ ମଣିରତ୍ନମ l ଶେଷଥର ପାଇଁ ଏହି ଦୁଇଜଣଙ୍କ ଯୋଡିକୁ 1987 ମସିହାର ହିଟ୍ ଫିଲ୍ମ ‘ନାୟକନ୍’ରେ ଦେଖିବାକୁ ମିଳିଥିଲା l ଏହାପରେ ଆଗାମୀ ଚଳଚ୍ଚିତ୍ର ‘ଠଗ୍ ଲାଇଫ୍’ରେ ଏହି ଦୁହେଁଙ୍କୁ ଦେଖିବାକୁ ମିଳିବ l ସେପଟେ ରିପୋର୍ଟ ଅନୁସାରେ ଦୀର୍ଘ 33 ବର୍ଷ ପରେ ନିର୍ଦ୍ଦେଶକ ମଣିରତ୍ନମଙ୍କୁ ଅଭିନେତା ରଜନୀକାନ୍ତଙ୍କ ସହ ମଧ୍ୟ ଦେଖିବାକୁ ମିଳିବ l ଆଂଜ୍ଞା ହଁ, ନିର୍ଦ୍ଦେଶକ ମଣିରତ୍ନମ ପୁଣିଥରେ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି।

ରିପୋର୍ଟ ଅନୁସାରେ, ମଣି ଏବଂ ରଜନୀକାନ୍ତ ପୁଣିଥରେ ଦୀର୍ଘ 33 ବର୍ଷ ପରେ ଏକାଠି ନଜର ଆସିବେ l ଡିସେମ୍ବର 12 ଅର୍ଥାତ ରଜନୀକାନ୍ତଙ୍କ ଜନ୍ମଦିନରେ ଏହି କୋଲାବରେସନକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ l ତେବେ ଯଦିଓ ରଜନୀକାନ୍ତ କିମ୍ବା ମଣିରତ୍ନମ ଦ୍ୱାରା ଏନେଇ କୌଣସି ନିଶ୍ଚିତତା ମିଳିନାହିଁ, କିନ୍ତୁ ଏହି ଖବର ଶୁଣି ପ୍ରଶଂସକମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଭାରି ରହିଛି l

କହିରଖୁଛୁ ଯେ, ଶେଷଥର ପାଇଁ ରଜନୀକାନ୍ତ ଏବଂ ମଣିରତ୍ନମ 1991 ମସିହାର ହିଟ୍ ଫିଲ୍ମ ‘ଥଲାପାତି’ରେ ଦେଖିବାକୁ ମିଳିଥିଲା l ଏହି ଗ୍ୟାଙ୍ଗଷ୍ଟର ଡ୍ରାମା ଚଳଚ୍ଚିତ୍ରରେ ମମୁଟି, ଅରବିନ୍ଦ ସ୍ୱାମୀ, ଜୟଶଙ୍କର, ଅମରେଶ ପୁରୀ, ଶ୍ରୀବିଧ୍ୟା, ଭାନୁପ୍ରିୟା, ଶୋଭାନା ଏବଂ ଗୀତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ଏକ ବସ୍ତିରେ ରହୁଥିବା ଜଣେ ସାହସୀ ବ୍ୟକ୍ତିର କାହାଣୀ ଥିଲା, ଯିଏକି ଜଣେ ଗ୍ୟାଙ୍ଗଷ୍ଟର ସହିତ ବନ୍ଧୁତା କରଇବ ସହ ଜିଲ୍ଲା କଲେକ୍ଟରଙ୍କ ସହ ହାତ ମିଶାଇ ସେମାନଙ୍କ ବିରୋଧରେ କାର୍ଯ୍ୟ କରୁଥିଲା l

ସେହିପରି ମାନି ଏବେ କମଲ ହାସନଙ୍କ ସହ ‘ଠଗ୍ ଲାଇଫ୍’ର ସୁଟିଂ ବ୍ୟସ୍ତ ଅଛନ୍ତି l ଏହି ଚଳଚ୍ଚିତ୍ରରେ ସିଲମ୍ବରାସନ, ଜୋଜୁ ଜର୍ଜ, ଅଲି ଫଜଲ, ଅଶୋକ ସେଲଭାନ, ପଙ୍କଜ ତ୍ରିପାଠୀ, ନାସର, ତ୍ରିଶା କୃଷ୍ଣନ, ଅଭିରାମ ଗୋପୀକୁମାର, ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଜିଶୁ ସେନଗୁପ୍ତା, ସାନିଆ ମଲହୋତ୍ରା, ରୋହିତ ସରାଫ ଏବଂ ଭାୟାପୁରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.