ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟ ଏବେ ତାଙ୍କ ପୁଅ ସଞ୍ଜୟଙ୍କୁ ନେଇ ଚିନ୍ତାରେ ଅଛନ୍ତି । ପାଠ ପଢ଼ିବାକୁ କାନାଡା ଯାଇଥିବା ସଞ୍ଜୟ ଏବେ କରୋନା ଭାଇରସ ଯୋଗୁ ସେଠାରେ ଫସିଯାଇଛନ୍ତି । କାନାଡାରେ ଅନ୍ୟ ଦେଶ ପରି କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରି ନାହିଁ । ତଥାପି ପୁଅ ନେଇ ସେ ଚିନ୍ତିତ । ବିଜୟ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଚେନ୍ନାଇସ୍ଥିତ ବାସଭବନରେ ରହୁଛନ୍ତି ।
ସୂଚନାଯୋଗ୍ୟ, ସଞ୍ଜୟ କେତେକ ଶର୍ଟ ଫିଲ୍ମରେ କାମ କରି ସାରିଛନ୍ତି । ସେହିପରି ବିଜୟଙ୍କ ବହୁ ଚର୍ଚ୍ଚିତ ମାଷ୍ଟର ଫିଲ୍ମ କରୋନା ଯୋଗୁ ରିଲିଜ ହୋଇପାରି ନାହିଁ । ଏହା ଏପ୍ରିଲ ୯ରେ ରିଲିଜ ହେବାକୁ ଥିଲା ।
Comments are closed.