ଅନେକ ଲୋକ ନିଜ ଜୀବନରେ କିଛି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି। କାରଣ ସେମାନେ ଅନୁଭବ କରନ୍ତି ଯେ ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରେ ନକାରାତ୍ମକ ଭାବନା ଦୂର ହୋଇଥାଏ। ଉଲ୍ଲେଖଥାଉ କି, ଏହି ଭୟ କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ, ବଲିଉଡ ତାରକାମାନେ ମଧ୍ୟ ଏଭଳି ଭୟର ଶିକାର ହୋଇ ଅନ୍ଧବିଶ୍ୱାସର ସାହାରା ଲୋଡୁଥିବା ଦେଖିବାକୁ ମିଳିଛି। ଜାଣନ୍ତୁ ସେମିତି କିଛି ବଲିଉଡ୍ ତାରକାମାନଙ୍କ ସମ୍ପର୍କରେ…
ଅମିତାଭ ବଚ୍ଚନ
ଏହି ତାଲିକାରେ ପ୍ରଥମେ ଅଛନ୍ତି ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନ। ବିଗ୍ ବି ତାଙ୍କ କାରଗୁଡ଼ିକୁ କୁଦୃଷ୍ଟିରୁ ରକ୍ଷା କରିବା ପାଇଁ ସର୍ବଦା କାର୍ ନମ୍ବରରେ ୨ ନମ୍ବରକୁ ଯୋଡ଼ିଥାନ୍ତି। ତାଙ୍କର ପ୍ରତ୍ୟେକ କାର୍ରେ ୨ ନମ୍ବର ନିଶ୍ଚିତ ଭାବରେ ଦେଖିବାକୁ ମିଳିବ।
ସଲମାନ୍ ଖାନ୍
ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ମଧ୍ୟ ଅନ୍ଧବିଶ୍ୱାସ ଉପରେ ଅଧିକ ଭରସା କରନ୍ତି। ବାସ୍ତବରେ, ସଲମାନ ତାଙ୍କ ହାତରେ ଏକ ବ୍ରେସ୍ଲେଟ୍ ପିନ୍ଧିଛନ୍ତି ଯାହା ତାଙ୍କୁ ପିତା ସଲିମ ଖାନ୍ ତାଙ୍କୁ ଦେଇଛନ୍ତି। ସୁଟିଂ ସମୟରେ ମଧ୍ୟ ସଲମାନ ଏହି ବ୍ରେସଲେଟ୍ ଖୋଲନ୍ତି ନାହିଁ। କାରଣ ଏହାକୁ ସେ ନିଜର ସୌଭାଗ୍ୟ ବୋଲି ମନେ କରନ୍ତି।
କ୍ୟାଟ୍ରିନା କୈଫ୍
ବଲିଉଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଫିଲ୍ମ ‘ନମସ୍ତେ ଲଣ୍ଡନ’ର ପ୍ରମୋସନ ସମୟରେ କ୍ୟାଟ୍ରିନା ଅଜମେର ସରିଫ୍ଙ୍କ ଦର୍ଘାକୁ ଯାଇଥିଲେ, ଯେଉଁଠାରେ ତାଙ୍କ ପିନ୍ଧିଥିବା ପୋଷାକକୁ ନେଇ ବେଶ୍ ହଙ୍ଗାମା ମଧ୍ୟ ହୋଇଥିଲା। କିନ୍ତୁ ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିଲା। ସେବେଠାରୁ କ୍ୟାଟ୍ରିନା ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଅଜମେର ସରିଫ୍ଙ୍କ ଦର୍ଘାକୁ ଯାଆନ୍ତି।
ଏକତା କପୁର
ଏକତା କପୁର ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ ବିଶ୍ୱାସ କରୁଥିବା ଜଣାଯାଏ। କାରଣ ଏକତା କପୁର ତାଙ୍କ କାର୍ଯ୍ୟ ସହ ଜଡିତ ପ୍ରତ୍ୟେକ ବିଷୟ ଉପରେ ଜ୍ୟୋତିଷ ଶାସ୍ତ୍ରର ପରାମର୍ଶ ଗ୍ରହଣ କରନ୍ତି। ଆପଣ ଏକତାଙ୍କୁ ତାଙ୍କ ଅଙ୍ଗୁଠିରେ ଅନେକଗୁଡ଼ିଏ ମୁଦି ପିନ୍ଧିଥିବାର ତ ନିଶ୍ଚିତ ଦେଖିଥିବେ। ଯାହା ତାଙ୍କର ଜ୍ୟୋତିଷ ଶାସ୍ତ୍ର ଉପରେ ଥିବା ଅତୁଟ ବିଶ୍ୱାସର ପ୍ରମାଣ ବୋଲି ଆମେ କହିପାରିବା।
Comments are closed.