Latest Odisha News

ଧାନ କିଣା ନେଇ ମିଲର ମାନଙ୍କକୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗ ନେଇ ମିଲର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କୃଷ୍ଣ ପାତ୍ର କହିଛନ୍ତି ଯେ, ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ । କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ ଧାର୍ଯ୍ୟ ଦରରେ ଧାନ କିଣିବେ ।

ଏହା ସହ ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌ କୁ ସିଲ୍‌ କରାଯିବ । ଏହା ସହ ମିଲ୍‌ କୁ କଳା ତାଲିକାଭୁକ୍ତ କରାଯିବ । ସେ ଆଉ ବେପାର କରି ପାରିବ ନାହିଁ । ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍‌ କୁ ସିଲ୍‌ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିକଟରେ ନୂଆପଡ଼ାରେ ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି । ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀ ମାନଙ୍କୁ ଅପିଲ କରୁଛି ଟୋକନ ଯେଉଁ ସମୟରେ ଦିଆଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ । ଧାନ ମଣ୍ଡିରେ ପଡ଼ି ରହିବ ନାହିଁ, ସରକାର ସେହି ଦିନ ହିଁ ଧାନ କିଣିନେବେ ।

Leave A Reply

Your email address will not be published.