Latest Odisha News

ବିବାହ ନିମନ୍ତ୍ରଣ ପତ୍ରରେ ‘ସିଏଏ’ ସମର୍ଥନ ବାର୍ତ୍ତା; ଭାଇରାଲ୍ ହେଲା କାର୍ଡ !

ଭୋପାଳ: ବିବାହ କାର୍ଡରେ ସିଏଏ ସମର୍ଥନ ବାର୍ତ୍ତା । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇ ମଧ୍ୟପ୍ରଦେଶର ଜଣେ ଯୁବକ ଏଭଳି କରିଛନ୍ତି । ମଧ୍ୟପ୍ରଦେଶ ଜିଲ୍ଲାର ପ୍ରଭାତ ନାମକ ଜଣେ ଯୁବକ ନିଜ ବିବାହ କାର୍ଡରେ ‘ଆଇ ସପୋର୍ଟ ଫର୍ ସିଏଏ’ ଛପାଇଛନ୍ତି । ଏହି ଏହି ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

BjdElectrycity

ପ୍ରଭାତ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବହୁ ପ୍ରଶଂସା କରିବା ସହ ନିଜର ବିବାହ ନିମନ୍ତ୍ରଣରେ ସିଏଏକୁ ସମର୍ଥନ ଜଣାଉଛି ବୋଲି ଲେଖିଛନ୍ତି । ଏ ବାବଦରେ ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକେ ସଚେତନ ହେବା ଦରକାର । ଏହି ଆଇନ କ’ଣ ପ୍ରଥମେ ଲୋକେ ବୁଝିବା ଦରକାର । ଲୋକଙ୍କ ମଧ୍ୟରେ ସିଏଏକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଜାନୁଆରୀ ୧୮ ତାରିଖରେ ପ୍ରଭାତଙ୍କ ବାହାଘର । ସେ ନିଜ ବିବାହ କାର୍ଡ ମାଧ୍ୟମରେ ଏହି ଆଇନ୍ ବିଷୟରେ ଲୋକଙ୍କୁ ସଚେତନ କରାଇଛନ୍ତି ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ଅନେକ ସ୍ଥାନରେ ଏହାକୁ ସମର୍ଥନ ମଧ୍ୟ ମିଳୁଛି । ଏହି ଆଇନ ଆସିବା ପରେ ଦେଶର କିଛି ସ୍ଥାନରେ ହିଂସା ମଧ୍ୟ ଦେଖାଦେଇଛି ।

Leave A Reply

Your email address will not be published.