ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନନେବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତ ସୁପ୍ରିମକୋର୍ଟ। କରୋନା ଟେଷ୍ଟ ଓ ଏହାର ମୁକାବିଲା ଲାଗି କାର୍ୟ୍ୟ କରୁଥିବା ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ସୁରକ୍ଷା ଲାଗି ଆଗତ ପିଟିସନର ଶୁଣାଣି କରି କୋର୍ଟ କରୋନା ଯୁଦ୍ଧରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ଯୋଦ୍ଧା ବୋଲି କହିଛନ୍ତି। ଏଣୁ ସେମାନଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା ଯୋଗ ଦେଇ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଚେତନ ରହିଛନ୍ତି। ସେମାନଙ୍କର ସୁରକ୍ଷା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ପିପିଇ କିଟ୍ ମଧ୍ୟ ଅଧିକ ଯୋଗାଇବାକୁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ କରୋନା ସଂକ୍ରମିତ ବ୍ୟକ୍ତି ଯେମିତି ଅଧିକ ଲୋକଙ୍କୁ ପ୍ରଭାବିତ ନକରିବେ ସେଥିପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ।
BREAKING NEWS
- ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ
- ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର
- ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ; ୫ ମୃତ, ୪ ପୋଲିସକର୍ମୀ ଗୁରୁତର
- ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ୨ ଗିରଫ
- Malda Hostage Case:ବିମାନବନ୍ଦରରୁ ମାଲଦା ହିଂସାର ‘ମାଷ୍ଟରମାଇଣ୍ଡ’ AIMIM ନେତା ଗିରଫ, ଅନ୍ୟ ୩୫ ଜଣ ମଧ୍ୟ ବନ୍ଧା ହେଲେ
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
- ଭୂତଳର କେଉଁ ସ୍ଥାନରୁ ଆସିଥାଏ ତେଲ? ଜାଣନ୍ତୁ ଏହା କାହିଁକି କିଛି ସୀମିତ ସ୍ଥାନରୁ ମିଳେ
- ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
Comments are closed.