Latest Odisha News

BREAKING NEWS

ଭୁବନେଶ୍ୱରର ମୋ ବସ୍ ସେଲଟରଗୁଡିକରେ ବସିଲା ପରିବା ହାଟ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ବର୍ତ୍ତମାନ ମୋ ବସ୍ ସେବା ବନ୍ଦ ରହିଛି । ତେବେ ମୋ ବସ୍ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ସେଲଟରଗୁଡିକରେ ଏବେ ପରିବା ଦୋକାନ ଖୋଲାଯାଇଛି । ଆପଣ ଆପଣଙ୍କ ଘର ପାଖରେ ଥିବା ମୋ ବସ୍ ସେଲଟରଗୁଡିକ ପାଖକୁ ଗଲେ ସୁବିଧାରେ ପରିବା ପାଇପାରିବେ ।

ପରିବା ଦୋକାନୀ ସାମାଜିତ ଦୂରତ୍ୱ ନିୟମ ମାନି ପରିବା ବିକ୍ରି କରୁଛନ୍ତି । ଗ୍ରାହକଙ୍କ ପାଇଁ ବି ସାମାଜିକ ଦୂରତ୍ୱ ବଜାୟ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି । କରୋନା ଲକ୍‌ଡାଉନ୍ ପାଇଁ ଜନଗହଳି କମ୍ କରିବା ଲକ୍ଷ୍ୟରେ ବିଏମ୍‌ସି ସହରର ହାଟଗୁଡିକୁ ଖୋଲା ସ୍ଥାନକୁ ସ୍ଥାନାନ୍ତରିତ କରିଛି । ତେବେ ରାସ୍ତା କଡରେ ଖରାରେ ପରିବା ଓ ତେଜରାତି ସାମଗ୍ରୀ ବକ୍ରି କରୁଥିବା ବ୍ୟବସାୟୀ ଏବେ ମୋ ବସ୍ ରହଣିସ୍ଥଳରେ ଛାଇରେ ବସି ଲୋକଙ୍କୁ ପରିବା ଓ ସଉଦା ସୁବିଧାରେ ବିକ୍ରିବଟା କରୁଛନ୍ତି ।

ସେପଟେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ କହିଛନ୍ତି ଯେ ସହରର ଏଭଳି ୭୦ଟି ମୋ ବସ୍ ରହଣି ସ୍ଥଳରେ ଆଜିଠାରୁ ପନିପରିବା ଓ ଗ୍ରୋସରୀ ବିକ୍ରି ଆରମ୍ଭ ହୋଇଛି । ଆସନ୍ତାକାଲି ସୁଦ୍ଧା ଏହା ଦେଢଶହକୁ ବଢିବ ବୋଲି ସେ ଟ୍ୱିଟରରେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.