Latest Odisha News

ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ-ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଦିନର ପ୍ରଥମାର୍ଦ୍ଧରେ ନିଟ ପରୀକ୍ଷା ଅନିୟମିତତା ସମ୍ପର୍କିତ ୪୦ଟିରୁ ଅଧିକ ଆବେଦନର ଏକତ୍ର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିବାଲ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ବେଞ୍ଚ ଶୁଣାଣି କରିଥିଲେ।

ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇବ। ତେବେ ଜୁଲାଇ ୨୨ରେ ସୁପ୍ରିମକୋର୍ଟ NEET କୁ ନେଇ ପରବର୍ତ୍ତୀ ତଥା ଅନ୍ତିମ ଶୁଣାଣି କରିବେ। ଶୁଣାଣି ସକାଳ ୧୦ଟା ୩୦ମି.ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, NEET-UG ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହାର ଫଳାଫଳ ଜୁନ୍ ୪ରେ ଘୋଷଣା କରାଯାଇଥିଲା। ସେବେଠାରୁ ନିଟ୍-ୟୁଜି ବିରୋଧରେ ଅନିୟମିତତା ଅଭିଯୋଗ ଆରମ୍ଭ ହୋଇଥିଲା। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ଏହି ଘଟଣାରେ ପାଟନା ଏମ୍ସର ତିନି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Comments are closed.