Latest Odisha News

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଭଡା ଦେବେ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଏବେ ତାଲା ବନ୍ଦ ପଡିଛି । ଚାରିଆଡେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାରି ଭିତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ଫେରିବା ବାଟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେମାନେ । ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ପ୍ରବାସୀଙ୍କ ଶ୍ରମିକଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଶ୍ରମିକଙ୍କଠାରୁ ବସ୍, ରେଳଯାତ୍ରା ଖର୍ଚ୍ଚ ନିଆଯିବ ନାହିଁ । ରାଜ୍ୟ ସରକାରମାନେ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ବୋଲି ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ । ଯେଉଁ ରାଜ୍ୟ ଦେଇ ଯିବେ ସେଇ ସରକାର ଶ୍ରମିକଙ୍କ କଥା ବୁଝିବେ । ସେହି ରାଜ୍ୟ ସରକାର ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ । ରେଳ ଓ ବସ୍ ଯାତ୍ରୀଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ଅଦାଲତ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.