Latest Odisha News

BREAKING NEWS

କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: କ୍ୱାରେଣ୍ଟାଇନ୍ ସେଂଟରରେ ପ୍ରବାସୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଂଟିନ୍ ସେଂଟରରେ ଘଟିଛି ଏଭଳି ଘଟଣା । ସରପଂଚଙ୍କ ସ୍ୱାମୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ଜଣେ ପ୍ରବାସୀଙ୍କୁ ମାଡ ମାରିବା ସହ ତାଙ୍କ ଉପରକୁ ଚେୟାର ଫୋପାଡୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି ।

ଏହି ଘଟଣା ନେଇ ସରପଂଚଙ୍କ ସ୍ୱାମୀ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଯୁବକ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ବିଶୃଙ୍ଖଳା କରିବାରୁ ସେମାନଙ୍କୁ ତାଗିଦ କରାଯାଇଥିଲା ।

ସୂଚନଯୋଗ୍ୟ ଯେ, ଉକ୍ତ ଯୁବକମାନେ ଏରସମା ବ୍ଲକ ଗୋବିନ୍ଦପୁର ପଂଚାୟତ ବାସିନ୍ଦା । ସେମାନେ ଗତ ୨୩ ତାରିଖରୁ ଗଡବିଶୁନପୁର ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି । ତେବେ ଏଠାରେ ଖାଇବା ପିଇବାରେ ଅବ୍ୟବସ୍ଥା ନେଇ ପୂର୍ବରୁ ସେମାନେ ଅଭିଯୋଗ କରିଆସୁଥିଲେ ।

ଏହାକୁ କେନ୍ଦ୍ର କରି ଘଟଣା ସମ୍ପର୍କରେ ବୁଝାସୁଝା କରିବାକୁ ଆଜି ସରପଂଚଙ୍କ ସ୍ୱାମୀ ଓ ପଂଚାୟତ ନିର୍ବାହ ଅଧିକାରୀ ଯାଇଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.