Latest Odisha News

ଚାଷୀ ଆନ୍ଦୋଳନ ବେଳେ କ୍ଷମା ମାଗିଲେ ସୁପ୍ରିମକୋର୍ଟର ଓକିଲ, କାହିଁକି ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଏମଏସପି ସହିତ ବିଭିନ୍ନ ପ୍ରସଂଗରେ ଦାବି କରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ସମୟ ମଧ୍ୟରେ ଦିଲ୍ଲୀ ସୀମାରେ ଚାଷୀଙ୍କ ବିରୋଧକୁ ରୋକିବା ପାଇଁ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଅନେକ ସ୍ଥାନରୁ ଟ୍ରାଫିକ୍ ଜାମ୍ ହେବାର ଖବର ରହିଛି। ସୁପ୍ରିମକୋର୍ଟର ଜଣେ ଓକିଲ ମଧ୍ୟ ଟ୍ରାଫିକ ଜାମରେ ଅଟକି ରହିଥିବା ଖବର ସାମ୍ନାକୁ ଆସିଥିଲା। ଟ୍ରାଫିକରେ ଅଟକି ରହିଥିବାରୁ ଓକିଲ ନିଜେ ଚଳନ୍ତା କାର ମଧ୍ୟରେ ଥାଇ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ କୋର୍ଟ ଦେଇଥିବା ଉତ୍ତର ବେଶ ଲୋକଙ୍କ ପାଇଁ ଉତ୍ସାହଜନକ ରହିଥିଲା।

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ ଓକିଲ ବାବୁ ଜଣକ ସୁପ୍ରିମ କୋର୍ଟର ଏକ ମାମଲା ସହିତ ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଯୁକ୍ତିତର୍କ ସମୟରେ ଜଷ୍ଟିସ ଓକା କହିଥିଲେ କି ତାଙ୍କୁ ଅନଲାଇନରେ ଯୋଡ଼ିହେବା ପାଇଁ କୌଣସି ସମସ୍ୟା ନାହିଁ। କିନ୍ତୁ ଏଭଳି ଚଳନ୍ତା କାରରେ ଯୋଡ଼ି ହେବା ଏକ ପ୍ରକାର ଅସମ୍ଭବ ବୋଲି ସେ କହିଥିଲେ। ଏହା ପରେ ଓକିଲ କହିଥିଲେ କି ସେ ଚାଷୀ ଆନ୍ଦୋଳନ ଯୋଗୁଁ ଟ୍ରାଫିକରେ ଫସି ରହିଛନ୍ତି। ଯାହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ କି ଏହି ତେବେ ଏହି କାରଣରୁ କଣ କୋର୍ଟ ତୁମକୁ କ୍ଷମା କରି ଦେବେ କି?

ଏହି ସମୟରେ ସୁପ୍ରିମକୋର୍ଟର ଓକିଲ ତଥା କୃଷକଙ୍କ ଆନ୍ଦୋଳନ ସହ ଆଉ ଏକ ଖବର ଆସିଛି। ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ସଭାପତି ଆଦିଶ ଅଗ୍ରୱାଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଦଙ୍କୁ ଏକ ଚିଠି ଲେଖି ତାଙ୍କୁ ସ୍ୱତଃ ସଜ୍ଞାନ ନେବାକୁ ଅନୁରୋଧ କରିଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେ ଦିଲ୍ଲୀ ଚଲୋ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।

୨୦୨୧ ଏବଂ ୨୦୨୨ର କୃଷକଙ୍କ ବିରୋଧକୁ ଦର୍ଶାଇ ଅଗ୍ରୱାଲ କହିଛନ୍ତି ଯେ ଦିଲ୍ଲୀ ସୀମା ଅନେକ ମାସ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଥିଲା। ଏହା ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା ​। ସେ କହିଛନ୍ତି ଯେ ଚାଷୀଙ୍କ ଦାବି ଆଇନଗତ ହୋଇଥିଲେ ମଧ୍ୟ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇବାକୁ ସେମାନଙ୍କର ଅଧିକାର ନାହିଁ। ଏହାରି ମଧ୍ୟରେ ଆନ୍ଦୋଳନରତ ଚାଷୀ ପଞ୍ଜାବ-ହରିଆଣା ଶମ୍ଭୁ ସୀମା ନିକଟରେ ପହଞ୍ଚି ସାରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି। ଯଦିଓ ଦିଲ୍ଲୀ ପୁଲିସ ସୀମାକୁ ଚାରିପଟୁ ସିଲ କରିଦେଇଛି।

Comments are closed.