Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ କି ଭଳି ରହିବ ରାଜକୋଟ ପିଚ

ରାଜକୋଟ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଫେବୃୟାରୀ ୧୫ରେ ରାଜକୋଟରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ରାଜକୋଟ ମ୍ୟାଚରେ ବିଜୟ ଉଭୟ ଟିମ ପାଇଁ ଜରୁରୀ ହୋଇ ପଡିଛି । ଏଠାକାର ପିଚ ଧୀମା ରହିବ ବୋଲି ଅନୁମାନ କରାଯାଉଛି । ଅନ୍ୟ ଅର୍ଥରେ ଏହା ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ପାଲଟିବାକୁ ଯାଉଛି କହିଲେ ଭୁଲ ହେବନି । ଏଠାରେ ୨ଟି ଟେଷ୍ଟ ଖେଳାଯାଇଛି । ଗୋଟିଏ ମ୍ୟାଚ ଡ୍ର ରହିଥିବା ବେଳେ ଅନ୍ୟ ମ୍ୟାଚରେ ଭାରତ ଜିତିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦଳ ଫାଇଦାରେ ରହିଛି ।

ଭାରତ ଏଠାରେ ୬୪୯ ରନର ବିଶାଳ ସ୍କୋର କରିଥିଲା । ଭାରତ ବିଜୟଧାରା ବଜାୟ ରଖି ଭ୍ରମଣକାରୀ ଦଳ ଉପରେ ଚାପ ପକାଇବାକୁ ଚାହିଁବ । ଉପଯୋଗୀ ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତି ଭାରତ ପାଇଁ ସାମାନ୍ୟ ଚିନ୍ତାର କାରଣ ହୋଇପାରେ । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଦଳ ଏକ ବଡ ଇନିଂସ ଆଶା କରୁଛି ।

ଭାରତ: ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରାହ, ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, କେଏଲ ରାହୁଲ, ରାଜତ ପାଟୀଦାର, ସରଫରାଜ ଖାଁ, ଧ୍ରୁବ ଜୁରେଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, ୱାଶିଟନ ସୁନ୍ଦର, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶଦୀବ ।
ଇଂଲଣ୍ଡ: ବେନ ଷ୍ଟୋକ୍ସ(ଅଧିନାୟକ), ବେନ ଡକେଟ, ଡ୍ୟାନ ଲରେନ୍ସ, ଜୋ ରୁଟ, ଓଲୀ ପୋପ, ଜ୍ୟାକ କ୍ରାଉଲେ, ରେହାନ ଅହମ୍ମଦ, ବେନ ଫୋକ୍ସ, ଜନୀ ବେୟାରଷ୍ଟୋ, ଗ୍ୟାସ ଆଟିକସନ, ଜେମ୍ସ ଆଣ୍ଡରସନ, ମାର୍କ ଉଡ, ଓଲୀ ରବିନସନ, ଶୋଏବ ବଶୀର ଓ ଟମ ହାର୍ଟଲେ ।

Leave A Reply

Your email address will not be published.