Latest Odisha News

 ୧୫ ଜୁନ୍ ଭିତରେ ଦଳୀୟ ଅଫିସ ଖାଲି କର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ଜୁନ୍ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ରାଉଜ ଆଭିନ୍ୟୁ ଠାରେ ଆପର ଏହି ଅଫିସ ରହିଛି । ଆପର ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ ହାଇକୋର୍ଟକୁ ତାର ଭିତ୍ତିଭୂମି ସଂପ୍ରସାରଣ ପାଇଁ ଦିଆଯାଇଥିଲା । ହେଲେ  ଏଠାରେ ଆପର ଅଫିସ ନିର୍ମାଣ ହୋଇଥିବାରୁ ଜୁନ୍ ୧୫ ସୁଦ୍ଧା ଏହାକୁ ଖାଲି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଫିସ ଖାଲି କରିବାକୁ ଆପକୁ ସମୟ ଦେଇଛନ୍ତି । ଏଥିସହ ଅଲଗା ସ୍ଥାନରେ ଅଫିସ ନିର୍ମାଣ ପାଇଁ ଆବଶ୍ୟକ ପ୍ଲଟ ପାଇବାକୁ ଆପକୁ କେନ୍ଦ୍ର ଲ୍ୟାଣ୍ଡ ଓ ଡେଭଲପମେଣ୍ଡ ଅଫିସରେର ଆବେଦନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି ।

ଖଣ୍ଡପୀଠ ଆହୁରୀ କହିଛନ୍ତି ସମ୍ଭାବ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ଲଟ ଖାଲି କରିବା ପାଇଁ ୧୫ ଜୁନ୍ ଯାଏ ସମୟ ଦେଉଛୁ । ଫେବୃଆରୀ ମାସରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟଙ୍କୁ ଭିତ୍ତିଭୂମି ସଂପ୍ରସାରଣ ପାଇଁ ଦିଆଯାଇଥିବା ଜମିକୁ ଆପ ଜବରଦଖଲ କରିଛି । ସେହି ଜମିରେ ରାଉଜ ଆଭିନ୍ୟୁ କୋର୍ଟର ବିଲ୍ଡିଂ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା । କୋର୍ଟଙ୍କ ମତାମତ ପରେ ଫେବୃଆରୀ ୧୫ରେ ଦିଲ୍ଲୀ ସରକାର ବୈଠକ କରିଥିଲେ । ବୈଠକ ପରେ ରାଜ୍ୟ ସରକାର ୨ ମାସ ମଧ୍ୟରେ ଅଲଗା ଜମି ମିଳିବା ପରେ ସେହି ସ୍ଥାନ ଖାଲି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ଆଉ ଆଗକୁ ବଢ଼ି ପାରିନଥିଲା ।

 

 

 

 

 

Comments are closed.