Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଛୁଇଁଲା ୨ କୋଟି !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ସର୍ବଦା କ୍ରିକେଟପ୍ରେମୀଙ୍କ ମନରେ ଏକ ଅଲଗା ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥାଏ । ଉଭୟ ଟିମ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯାଉ ନ ଥିବାରୁ ସେମାନେ ଆଇସିସି ମୁକାବିଲାରେ କେବଳ ମ୍ୟାଚ ଖେଳୁଛନ୍ତି । ରିପୋର୍ଟ ମୁତାବକ ଟି୨୦ ବିଶ୍ୱକପ ୨୦୨୪ରେ ଭାରତ-ପାକିସ୍ତାନର ଜୁନ ୯ରେ ନ୍ୟୁୟର୍କରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚର ଟିକେଟ ମୂଲ୍ୟ କେତେକ ନିର୍ଦ୍ଦିଷ୍ଟ ସାଇଟରେ ଆକାଶ ଛୁଆଁ ରହିଛି । ସିଟ ଗିକରେ ଏହାର ମୂଲ୍ୟ ୧.୪ କୋଟିରେ ପଂହଚିଛି । ଯଦି ଏଥିରେ ପ୍ଲାଟଫର୍ମ ଟିକେଟ ଓ ଅତିରିକ୍ତ ଫିସ ଯୋଡିଲେ ଏହା ୧.୮୬ କୋଟି ହେଉଛି ।

ଅଫିସିଆଲ ବିନା ଟ୍ୟାକ୍ସରେ ପ୍ରିମିୟମ ସିଟର ମୂଲ୍ୟ ୩୩,୧୪୮ ଟଙ୍କା ହେଉଛି । ମାତ୍ର ରିସେଲ ସାଇଟରେ ଏହାର ମୂଲ୍ୟ ୪୦ରୁ ୫୦ ହଜାର ଡଲାର ଛୁଇଁଛି । ଏନବିଏ ଓ ସୁପରବାଓଲ ଟିକେଟଠାରୁ ଏହା ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏହି ରିପୋର୍ଟ ନେଇ ଆଇସିସି ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଭାରତୀୟ ଟିମ ଗ୍ରୁପ ଏରେ ପାକିସ୍ତାନ ସହ ସ୍ଥାନ ପାଇଛି । ଏହି ଗ୍ରୁପର ଅନ୍ୟ ଟିମଗୁଡିକ ହେଲା ଆୟର୍ଲାଣ୍ଡ, କାନାଡା ଓ ଆମେରିକା । ଟି୨୦ ବିଶ୍ୱକପରେ ଉଭୟ ଟିମ ମଧ୍ୟରେ ୭ଟି ମ୍ୟାଚ ଖେଳାଯାଇଛି । ଭାରତ ୬ ଏବଂ ପାକିସ୍ତାନ ଗୋଟିଏରେ ବିଜୟୀ ହୋଇଛି ।

Leave A Reply

Your email address will not be published.