ଦିଲ୍ଲୀ : ସିବିଏସଇ ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଝଟକା । ଏଥର ଅଫଲାଇନରେ ହେବ ବୋର୍ଡ ପରୀକ୍ଷା । ପରୀକ୍ଷା ହାଇବ୍ରିଡ ମୋଡରେ କରିବା ନେଇ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥର ପରୀକ୍ଷା ଅଫଲାଇନରେ ହେବ । ଆଉ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପରୀକ୍ଷା ଦେବାକୁ ପଡିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ଦ୍ୱାରା ସିବିଏସଇ ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀଙ୍କୁ ଝଟକା ଲାଗିଛି ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ କୋର୍ଟଙ୍କୁ କହିଛନ୍ତି, ମହାମାରୀ ଏବେ ଶେଷ ହୋଇନି ଓ ଏହା କହିବା ତରବରିଆ ନିଷ୍ପତ୍ତି ହେବ ଯେ, ପରୀକ୍ଷା ଏବେ ଅଫଲାଇନ୍ରେ ହେବ । ପିଲାଙ୍କ ଭିତରେ ଭାଇରସ୍ ବ୍ୟାପିପାରେ। ଏହାଦ୍ବାରା ୧୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇପାରନ୍ତି ଓ ଆବେଦନକାରୀ କେବଳ ଏହା ଚାହାନ୍ତି ଯେ, ହାଇବ୍ରିଡ୍ ମୋଡ୍ ଏବେ ଜାରି ରହୁ।
କୋର୍ଟ ମଧ୍ୟ ଏହା ମାନିଛନ୍ତି ଯେ, ଶେଷ ସମୟରେ ଛାତ୍ରଙ୍କୁ ଆଶା ଦେବା ତାଙ୍କୁ ହତୋତ୍ସାହିତ କରିବା ଭଳି ହେବ। ଶିକ୍ଷା ପ୍ରଣାଳୀ ସହ ଖେଳ ହୋଇଯିବ। କାରଣ ପରୀକ୍ଷା ୧୬ ନଭେମ୍ବରରୁ ଚାଲିଥିଲା, ତେଣୁ ହସ୍ତକ୍ଷେପ କରିବା ଓ ପୁରା ପକ୍ରିୟାରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ। ଅଫଲାଇନ୍ ପରୀକ୍ଷା ପାଇଁ ସମସ୍ତ ଜରୁରୀ ସତର୍କତା ପାଳନ କରାଯାଉଛି ବୋଲି କୋର୍ଟ କହିଛନ୍ତି।
Comments are closed.