Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆରଆଇ କ୍ଷୀରାବ୍ଦୀ ତନେୟା ସ୍ୱାଇଁ

କୋରାପୁଟ: ଭିଜିଲାନ୍ସ ଜାଲରେ ସିମିଳିଗୁଡ଼ା ବ୍ଲକ ଦୁଧାରୀର ଆରଆଇ କ୍ଷୀରାବ୍ଦୀ ତନେୟା ସ୍ୱାଇଁ । ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଜୟପୁର ଭିଜିଲାନ୍ସ ଟିମ୍ ।

BjdElectrycity

ସୂଚନା ଅନୁସାରେ, ଜୟରାମ ପାଙ୍ଗି ନାମକ ବ୍ୟକ୍ତିଙ୍କ ବିଷୟ କିଛି ତଥ୍ୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତିନିମାସ ତଳେ ସମ୍ପୃକ୍ତ ଆରଆଇଙ୍କୁ ନିର୍ଦ୍ଦେଶ ହୋଇଥିଲା । ସେହି ତଦନ୍ତ ରିପୋର୍ଟ ସଠିକ୍ କରିବା ପାଇଁ ଜୟରାମ ପାଙ୍ଗିଙ୍କୁ ୧୫ହଜାର ଟଙ୍କା ମାଗିଥିଲେ ସମ୍ପୃକ୍ତ ଆରଆଇ । ଟଙ୍କା ନଦେବାରୁ ତାଙ୍କ ରିପୋର୍ଟକୁ ତିନିମାସ ହେବ ଦେଉନଥିଲେ । ଶେଷରେ ଜୟରାମ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଆଜି ଆରଆଇଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଜୟପୁର ଭିଜିଲାନ୍ସ ଟିମ୍ ।

ଜୟରାମ ପାଙ୍ଗିଙ୍କ ମା ଜଣେ ସରକାରୀ କର୍ମଚାରୀଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମା’ଙ୍କ ମୃତ୍ୟୁ ପରେ ଚାକିରି ପାଇଁ ପୁଅ ଜୟରାମ ଆବେଦନ କରିଥିଲେ । ସେହି ସମ୍ବନ୍ଧୀୟ ସଠିକ୍ ରିପୋର୍ଟ ଦେବା ପାଇଁ ଆରଆଇ ତାଙ୍କୁ ଟଙ୍କା ମାଗିଥିଲେ ବୋଲି ଜୟରାମ କହିଛନ୍ତି । ଆରଆଇଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଗିରଫ ରଖି ଅଧିକ ପଚରାଉଚୁରା କରାଯାଉଛି ।

Leave A Reply

Your email address will not be published.