Latest Odisha News

BREAKING NEWS

ମୁସଲିମ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ବିଚାରପତି, ସୁପ୍ରିମକୋର୍ଟ ମାଗିଲେ ଜବାବ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ସୁପ୍ରିମ୍ କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବେଙ୍ଗାଲୁରୁର ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ମାଗିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ରାଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏ ନେଇ ରିପୋର୍ଟ ମାଗିଛନ୍ତି।

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭି ଶ୍ରୀଶାନନ୍ଦ ବିଚାର ବିଭାଗୀୟ ଶୁଣାଣି ସମୟରେ ଦେଇଥିବା କେତେକ ମନ୍ତବ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି। ଖଣ୍ଡପୀଠ ଏଜି ଏବଂ ଏସଜିଙ୍କ ଠାରୁ ପରାମର୍ଶ ଲୋଡ଼ାଯାଇଛି । ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏକ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଇଛି।

ଲାଇଭ୍ ଲ’ର ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶ୍ରୀଶାନନ୍ଦଙ୍କ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି। ଏଥିରେ ସେ ବେଙ୍ଗାଲୁରୁର ମୁସଲମାନ ଅଧ୍ୟୁଷିତ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଭିଡିଓରେ ସେ ମହିଳା ଓକିଲଙ୍କ ଉପରେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି। ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି।

Leave A Reply

Your email address will not be published.