Latest Odisha News

BREAKING NEWS

ଦିଲ୍ଲୀ ସୀମାରୁ ବିରୋଧୀ ଚାଷୀଙ୍କୁ ହଟାଇବା ମାମଲା: ସୁପ୍ରିମକୋର୍ଟରେ ୧୬ ରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବା ପାଇଁ ନୂତନ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ତେବେ ୧୬ ଡିସେମ୍ବରରେ ଏହି ମାମଲାର ଶୁଣାଣି ହେବ ବୋଲି ସୂତ୍ରରୁ ପ୍ରକାଶ। ସୁପ୍ରିମକୋର୍ଟ ୱେବସାଇଟ୍ ଅନୁଯାୟୀ ମୁଖ୍ୟ ନ୍ୟାୟଧୀଶ ଏସ୍ଏ ବବ୍‌ଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମ୍‌ଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଆବେଦନରେ ଦର୍ଶାଯାଇଛି ଯେ ଦିଲ୍ଲୀ ସୀମାରେ ଚାଲିଥିବା ବିରୋଧ ଯୋଗୁଁ ବିକ୍ଷୋଭକାରୀଙ୍କ ଦ୍ୱାରା ରାସ୍ତା ବନ୍ଦ ରହିଛି ଏବଂ ସୀମା ବନ୍ଦ ରହିଛି। ଏହା ଯାନବାହନ ଚଳାଚଳ ଉପରେ ପ୍ରଭାବ ପକାଉଛି। ଦିଲ୍ଲୀର ଖ୍ୟାତନାମା ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଓକିଲ ଓମ ପ୍ରକାଶ ପ୍ୟାରୀଙ୍କ ଜରିଆରେ ଏହି ପିଟିସନ ଦାଖଲ କରାଯାଇଛି।

Comments are closed.