ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୂଡ଼ାନ୍ତ ଶୁଣାଣିର ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଓ ଜେଡ଼ିଏସର ୧୭ ଜଣ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ପୁଣି ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରିବେ ।
ଏହି ଘୋଷଣା ପରେ ଏବେ କର୍ଣ୍ଣାଟକର ବିଜେପି ଶାସିତ ୟେଦିୟୁରାପ୍ପା ସରକାରଙ୍କ ଚିନ୍ତା ବଢାଇଦେଇଛି । କାରଣ କର୍ଣ୍ଣାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୨୨୪ । ସରକାର ଗଢିବାଲାଗି ୧୦୪ଟି ଆସନର ସଂଖ୍ୟାଗରିଷ୍ଠତା ଆବଶ୍ୟକ ଥିବା ବେଳେ ବିଜେପି ୧୦୪ଟି ଆସନ ଅକ୍ତିଆର କରିପାରିଛି । ମାତ୍ର ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ ବହୁମତର ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।
ଆସନ୍ତା ଡ଼ିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କର୍ଣ୍ଣାଟକ ବିଧାନସଭାର ୧୭ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।
ଏବେ ବିଧାନସଭାରେ ମୋଟ ୨୦୭ ଜଣ ନିର୍ବାଚିତ ବିଧାୟକ ଥିବା ବେଳେ ବହୁମତର ସଂଖ୍ୟା ୧୦୪ । ବିରୋଧୀ କଂଗ୍ରେସର ୬୬ଜଣ ବିଧାୟକ ଥିବା ବେଳେ ଜେଡ଼ିଏସର ୩୪ ଜଣ ବିଧାୟକ ରହିଛନ୍ତି । ନିର୍ଦ୍ଦଳୀୟ ଜଣେ ବିଧାୟକ ନିର୍ବାଚିତ ହୋଇଛନ୍ତି ।
Comments are closed.