Latest Odisha News

BREAKING NEWS

ଚନ୍ଦ୍ରଚୂଡଙ୍କ ପରେ ଗାଦି ସମ୍ଭାଳିବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ତଥା ଅଭିଜ୍ଞ ହେଉଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ।

ତେବେ ୨ ବର୍ଷର ରାଜିନାମା ଅନୁଯାୟୀ ନଭେମ୍ବର ୮ରେ ସିଜେଆଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିବାକୁ ଥିବା ବେଳେ ପରବର୍ତ୍ତୀ  ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି । ତେବେ ସରକାରଙ୍କ ଅନୁମତି କ୍ରମେ ଜଷ୍ଟିସ୍ ଖାନ୍ନା ହେବେ ୫୧ତମ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବା ସିଜେଆଇ ।

Leave A Reply

Your email address will not be published.