ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡ୍ରାମେବାଜ କହିଲେ ଅଭିନେତା ଦିଲ୍ଜିତ ଦୋସାଞ୍ଜ । ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍କମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ଏକ ଗୀତରେ ସେ ଏଭଳି କହିଛନ୍ତି । ରିଲିଜ ହୋଇଛି ଏହି ଫିଲ୍ମର ଏକ ପେପି ଟ୍ରାକ ତଥା ପାର୍ଟି ସଙ୍ଗ ।
ଏହି ଗୀତରେ ଦିଲ୍ଜିତ ଏବଂ ଫାତିମାଙ୍କ ଜବରଦସ୍ତ ଡ୍ୟାନ୍ସ ସାଙ୍ଗକୁ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତକୁ ଗାଇଛନ୍ତି ମୋସିନ୍ ଶେଖ, ଜ୍ୟୋତିକା ଟଙ୍ଗରି, ଐଶ୍ୱର୍ଯ୍ୟା ଭଣ୍ଡରୀ । ଗୀତର ମ୍ୟୁଜିକ କମ୍ପୋଜ କରିଛନ୍ତି ଜାବେଦ ଏବଂ ମୋସିନ୍ ।
ଅଭିଶେକ ଶର୍ମାଙ୍କ ନର୍ଦ୍ଦେଶନାରେ ତିଆରି ଏହି ଡ୍ରାମା ଏବଂ କମେଡି ଫିଲ୍ମର ଲିଡ୍ ରୋଲରେ ମନୋଜ ବାଜପେୟୀ, ଦିଲଜିତ ଦୋସାଞ୍ଜ, ଫାତିମା ସନା ଶେଖ, ଅନୁ କପୁର ପ୍ରମୁଖ ଅଛନ୍ତି । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ଦୀପବଳି ଅବସରରେ ରିଲିଜ ହେବ ।
Comments are closed.