Latest Odisha News

BREAKING NEWS

ସୁରଟରେ ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ସୁରଟ: ଗୁଜୁରାଟର ସୁରଟ ନିକଟ କିମ ଚାର୍ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ପିଏମ ମୋଦୀ) ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାବ୍ୟତୀତ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନର ବନସ୍ୱରା ଜିଲ୍ଲାର ଦିନ ମଜୁରିଆ ମାନେ ଫୁଟପାଥରେ ଶୋଇଥିଲେ ବେଳେ ଏକ ଟ୍ରକକୁ ଆଖୁ ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ମାଡ଼ି ଯାଇଥିଲା।

ସେଠାରେ ଶୋଇଥିବା ୧୮ରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇ ଥିଲା। ଫଳରେ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Comments are closed.