ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ । ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ଏହି ବ୍ରିଜ୍ ନିର୍ମାଣ ହେବ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ (NHAI) ପକ୍ଷରୁ ଭୁବନେଶ୍ୱର ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ଆସିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବ୍ରିଜ ନିର୍ମାଣ ପାଇଁ NHAIକୁ ଅନୁରୋଧ କରିଥିଲେ ସାଂସଦ ଅପରାଜିତା ।
Am glad that a long pending demand of people of my Bhubaneswar Constituency is met- the construction of a Foot Overbridge for Rs 1.25 crore between Saheed Nagar & Satsang Vihar.Grateful to @NHAI_Official for responding to my request. Development is the main agenda.@narendramodi pic.twitter.com/ft8oEw3Tzd
— Aparajita Sarangi, Member of Parliament (@AprajitaSarangi) January 19, 2021
୧ କିଲୋମିଟର ୩୦୦ମିଟର ଲମ୍ବା ହେବ ଫୁଟ ଓଭର ବ୍ରିଜ । ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା ମିଳିଛି ।ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି । ବହୁଦିନକୁ ସହିଦନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଫୁଟ୍ ଓଭର ବ୍ରିଜ ନିର୍ମାଣ ନେଇ ଦାବି ହୋଇଆସୁଥିଲା ।