Latest Odisha News

BREAKING NEWS

ଆଉ କିଛି ଘଣ୍ଟା ପରେ ଗଂଜାମରେ ପହଞ୍ଚିବେ ସୁରଟ ଫେରନ୍ତା

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟରୁ ଗଞ୍ଜାମ ଅଭିମୁଖେ ବାହାରିଥିବା ଚାରିଟି ବସ୍ ଫୁଲବାଣୀ ଅତିକ୍ରମ କରିଛି । ଜିଲ୍ଲା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବସଗୁଡିକ ଆସୁଛି । ଚାରିଟି ବସରେ ଆସୁଥିବା ଶତାଧିକ ପ୍ରବାସୀ ଓଡିଆ ଗଂଜାମର ଧରାକୋଟ ଓ ଶେରଗଡରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ । ଏହା ପରେ ସମସ୍ତଙ୍କୁ ବାଧ୍ୟତାମୂଳକ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଚାରିଟି ବସରେ ପ୍ରାୟ ୨୦୦ ଲୋକ ଆସୁଥିବା ଜଣାପଡିଛି ।

Leave A Reply

Your email address will not be published.