Latest Odisha News

ସୁରତ ସଚିନ ଅଞ୍ଚଳ ମହିଳା ମଣ୍ଡଳ ବୈଠକ

ବୁଗୁଡା : ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଚିନ ଅଞ୍ଚଳ ମହିଳା ମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ମଣ୍ଡଳର ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ କରୋନା ସଂକ୍ରମଣ ରୋକିବାରେ ମହିଳାମାନେ କିପରି ସତର୍କ ରହି ପରିବାରକୁ ସୁରକ୍ଷା ଦେଇ ପାରିବେ ସେଥିପାଇଁ ଉତ୍ତମ ପରାମର୍ଶ ପ୍ରଦାନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ଟ୍ରଷ୍ଟର ଆଇନ ପରାମର୍ଶ ଦାତା ଆଡଭୋକେଟ ସ୍ୱାତୀ ରାଖଣ୍ଡ,ଓ ଗୋପୀନାଥ ଲେଙ୍କା ଯୋଗଦେଇ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନେ ଯେକୌଣସି ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଲେ ତୁରନ୍ତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟକୁ ଜଣାଇବାକୁ ଉପସ୍ଥିତ ମହିଳା ମଣ୍ଡଳ ସଦସ୍ୟମାନଙ୍କୁ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସଚିନ ମହିଳା ମଣ୍ଡଳର ସୁଚିତ୍ରା ଦେବୀ, ପୁଷ୍ପଲତା ଦେବୀ, ବିଷ୍ଣୁପ୍ରିୟା ଦେବୀ, ସଙ୍ଗୀତା ଦେବୀ, ବବିତା ଦେବୀ, ସୁଲତା ଦେବୀ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.