Latest Odisha News

BREAKING NEWS

ଡେନମାର୍କରେ କରୋନା ଯୋଗୁ ଯିବ ୧୦ ଲକ୍ଷ ନେଉଳଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସ ଡେନମାର୍କରେ କମିବାରେ ନାମ ନେଉ ନାହିଁ । ଏହା ଧିରେ ଧିରେ ମଣିଷରୁୁ ପଶୁଙ୍କୁ ମଧ୍ୟ ବ୍ୟାପିବାରେ ଲାଗିଛି । ଡେନମାର୍କରେ ନେଉଳଙ୍କ ମଧ୍ୟରେ କରୋନା ବ୍ୟାପିବା ଯୋଗୁ ସରକାର ଚିନ୍ତାରେ ପଡିଛନ୍ତି । ଏହା ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ସ୍ଥାନୀୟ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ।

ଦେଶରେ ବିଭିନ୍ନ ଫାର୍ମ ମାଲିକଙ୍କୁ କରୋନା ଆକ୍ରାନ୍ତ ନେଉଳକୁ ମାରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ରିପୋର୍ଟ ମୁତାବକ ପ୍ରାୟ ୧୦ ଲକ୍ଷ ନେଉଳ ଏଥିଯୋଗୁ ମୃତୁ୍ୟବରଣ କରିବେ । ସରକାରଙ୍କ ଏହି ନିଷ୍ପତିକୁ ସେଠାକାର ଲୋକେ ସମର୍ଥନ କରିଛନ୍ତି । ବିଭିନ୍ନ ସଂଗଠନ କିନ୍ତୁ ଏତେ ମାତ୍ରାରେ ନେଉଳ ନ ମାରି ବିକଳ୍ପ ପନ୍ଥା ଖୋଜିବା ପାଇଁ ଡେନମାର୍କ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.