Latest Odisha News

ଆଗରୁ କେତେଥର ମୁଖ୍ୟମନ୍ତ୍ରୀ ପାଳିନାହାଁନ୍ତି ଜନ୍ମଦିନ? ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ନିଜର ଜନ୍ମଦିନ ପାଳିବେନି ବୋଲି ଗୁରୁବାର ଦିନ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁଁ ସାରା ଦେଶବାସୀ ପ୍ରଭାବିତ ହେଉଛନ୍ତି । ଏଥିରୁ ଓଡିଶାବାସୀ ମଧ୍ୟ ବାଦ୍ ପଡିନାହାଁନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥରକୁ ମିଶାଇ ୭ଥର ଲାଗି ନିଜ ଜନ୍ମଦିନ ପାଳନ କରିବେ ନାହିଁ । ଜାଣନ୍ତୁ, ଆଗରୁ କାହିଁକି ଓ କ’ଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି…

୨୦୧୧- ମୁଖ୍ୟମନ୍ତ୍ରୀ ଏହିବର୍ଷ ପ୍ରଥମଥର ଲାଗି ନିଜର ଜନ୍ମଦିନ ପାଳନ କରିନଥିଲେ । ଏହି ବର୍ଷ ଓଡ଼ିଶାରେ ବନ୍ୟାଯୋଗୁଁ ଅନେକ କ୍ଷତି ଘଟିଥିବା କାରଣରୁ ନିଜର ଜନ୍ମଦିବସ ପାଳନ କରିନଥିଲେ ନବୀନ ।

୨୦୧୩- ଭୟଙ୍କର ବାତ୍ୟା ଫାଇଲିନ ଯୋଗୁଁ ମୁଖ୍ୟମନ୍ତ୍ରୀ ଏହିବର୍ଷ ନିଜର ଜନ୍ମଦିବସ ପାଳନ ନକରିବାକୁ ଘୋଷଣା କରିଥିଲେ । ଯେଉଁ ବାତ୍ୟାରେ ପ୍ରାୟ ୨୩ ଜଣ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୯ ମିଲିୟନ୍ ଲୋକ ପ୍ରଭାବିତ ହୋଇଥିଲେ ।

୨୦୧୪- ହୁଡ଼ହୁଡ଼ ବାତ୍ୟା ଯୋଗୁଁ ନବୀନ ନିଜର ଜନ୍ମଦିନ ପାଳନ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ଯେଉଁ ବାତ୍ୟାରେ ପ୍ରାୟ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ଶତାଧିକ ଲୋକ ବାସହୀନ ହୋଇଥିଲେ ।

ଅଧିକ ପଢନ୍ତୁ- ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

୨୦୧୬- ଏହି ବର୍ଷ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନା ସହିଦ ହୋଇଥିଲେ । ସହିଦଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ କରିନଥିଲେ ।

୨୦୧୮- ଓଡ଼ିଶାରେ ତିତିଲି ବାତ୍ୟାଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ତେଣୁ ନବୀନ ନିଜର ଜନ୍ମଦିବସ ପାଳନ କରିନଥିଲେ ।

୨୦୧୯- ପ୍ରଳୟଙ୍କରୀ ବାତ୍ୟା ଫନୀର ତାଣ୍ଡବ ଲୀଳାରେ ଓଡ଼ିଶାବାସୀ ଖୁବ୍ ପ୍ରଭାବିତ ହୋଇଥିଲେ । ଏହି ବାତ୍ୟା ପୁରୀ ସମୁଦ୍ର କୂଳରେ ଲ୍ୟାଣ୍ଡଫଲ୍ କରିଥିଲା ।

Leave A Reply

Your email address will not be published.