Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ  

ତା୧୯-୧୨-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ                 
ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୯ ରିଖ ଶନିବାର ଧନୁ ୫ ଦିନ ମାର୍ଗଶିର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ସକାଳ ୭ଟା ୧୯ ପର୍ଯ୍ଯନ୍ତ ତାପରେ କୁମ୍ଭ ଚନ୍ଦ୍ର ଭୋଗ ହେବ           
ଘାତ ବାର :- ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର:- ମିଥୁନ ରାଶି ପୁରୁଷ ଓ ମୀନ ରାଶିର
ଆଜି: ବେଲ ଖାଇବା ନିଷେଧ
ଆଜି-ନାଗ ପଞ୍ଚମୀ ,କୁରାଳ ପଞ୍ଚମୀ (କୁମ୍ଭକାରଙ୍କ ପର୍ବ )
ମେଷ : ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ । କର୍ମକ୍ଷେତ୍ରରେ ନାନାପ୍ରକାର ଉଲ୍ଲେଖନୀୟ ସଫଳତା ମିଳିବ । ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ । ମାଲିମକଦ୍ଦମା ବିଜୟ ଲାଭ କରିବେ ।
ବୃଷ : ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଯାତ୍ରାରେ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ ।
ମିଥୁନ : ବାଦାନୁବାଦ ଭିତରେ ଗତି କରିବେ । ବନ୍ଧୁଙ୍କ ଅସହଯୋଗ ଆପଣଙ୍କୁ ଦୁଃଖ ଦେବ । ବାଣିଜ୍ୟ ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ । ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନଯୋଗୀ ହେବେ ।
କର୍କଟ : ଅଯଥା ମାଲିମକଦ୍ଦମାରେ ଜଡିତ ହେବେ । ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।
ସିଂହ : ମାନସିକ ଶାନ୍ତି ମିଳିବ । ଘରୋଇ ସମସ୍ଯାର ସମାଧାନ ହୋଇଯିବ । ଆଶା କରୁଥିବା ଦିଗରୁ ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା ଲାଭ କରିବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
କନ୍ୟା : ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ । ସଞ୍ଚିତ ଧନ ବ୍ଯୟ ହୋଇଯିବ । ଚକ୍ଷୁ ବା ଛାତିରେ ଯନ୍ତ୍ରଣା ଅନୁଭବ କରିବେ । ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ । ଉଦ୍ୟମରେ ବିଫଳ ହେବେ ।
ତୁଳା : ବିଳାସ ବ୍ଯସନରେ ଦିନଟି ଅତିବାହିତ କରିବେ । ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଯାନବାହନ ଲାଭର ଯୋଗ ରହିଛି । ସ୍ଵାଦିଷ୍ଟ ଭୋଜନ ମିଳିବ ।
ବିଛା : ଭଲ କରିବାକୁ ଯାଇ ଅସୁବିଧାରେ ପଡିବେ । ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ । ଆଶା କରୁଥିବା ଦିଗରୁ ସଫଳତା ମିଳିବ ନାହିଁ ।
ଧନୁ : କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ । ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।
ମକର : ପ୍ରତେକ ପ୍ରତିଯୋଗିତାରେ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ । ଦୂର ଯାତ୍ରାର ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ । ଦୁସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।
କୁମ୍ଭ : ବିବାଦ ବିଷାଦ ମନକୁ ଭାରାକ୍ରାନ୍ତ କରାଇବ । ଆୟ ତୁଳନାରେ ବ୍ଯୟ ଅଧିକ କରାଇବ । ମହିଳାମାନେ ନିଜ ପରିବାରର ଅପମାନିତ ସମାଲୋଚିତ ହେବେ । ଆଶା କରୁଥିବା ଦିଗରୁ ନିରାଶ ହେବେ ।
ମୀନ: ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ । ଲାଭ ପରିବର୍ତ୍ତେ କ୍ଷତି ହେବ । ମାଲିମକଦ୍ଦମାର ଭୟ ରହିଛି । ଶତୃମାନେ ଚକ୍ରାନ୍ତ କରିବେ । ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
Leave A Reply

Your email address will not be published.