ଦୁବାଇ: ମୃତ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଅପଲ୍ କଲେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର୍ । ଅନ୍ୟ କେହି ନୁହେଁ ବରଂ କ୍ରିକେଟର ସୁରେଶ ରାଇନା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ତାଜା ସ୍ଥିତିରେ ରାଇନା ଆଇପିଏଲ ଖେଳିବା ପାଇଁ ଦୁବାଇରେ ଅଛନ୍ତି । ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଟ୍ରୁ ଇନ୍ସପିରେସନ କହିବା ସହ ତାଙ୍କ ମୃତ୍ୟୁ ଜନିତ ତଦନ୍ତରେ ସରକାରଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି ବୋଲି ପ୍ରକାଶ କରିଛନ୍ତି ।
It still hurts my brother but I know truth will prevail #JusticeforSushantSingRajput pic.twitter.com/x7DsUiPT5P
— Suresh Raina?? (@ImRaina) August 19, 2020
ଭିଡିଓ ସହ ରାଇନା ସୋସିଆଲ ମିଡିଆରେ ଆଉ ଏକ ଫଟୋ ବି ସେୟାର କରିଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କ ସହ ନଜର ଆସିଛନ୍ତି । କ୍ରିକେଟର୍ ଧୋନୀଙ୍କ ବାୟୋପିକ୍ ସୁଟିଂବେଳେ ରାଇନା ସୁଶାନ୍ତଙ୍କ ସହ ଏହି ଫଟୋଟିକୁ କ୍ଲିକ୍ କରାଇଥିଲେ ।
Comments are closed.