Latest Odisha News

BREAKING NEWS

ସୁଶାନ୍ତଙ୍କ ସପକ୍ଷରେ ଆଗକୁ ଆସିଲେ କ୍ରିକେଟର୍ ରାଇନା !

ଦୁବାଇ: ମୃତ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଅପଲ୍ କଲେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର୍ । ଅନ୍ୟ କେହି ନୁହେଁ ବରଂ କ୍ରିକେଟର ସୁରେଶ ରାଇନା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ତାଜା ସ୍ଥିତିରେ ରାଇନା ଆଇପିଏଲ ଖେଳିବା ପାଇଁ ଦୁବାଇରେ ଅଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଟ୍ରୁ ଇନ୍ସପିରେସନ କହିବା ସହ ତାଙ୍କ ମୃତ୍ୟୁ ଜନିତ ତଦନ୍ତରେ ସରକାରଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି ବୋଲି ପ୍ରକାଶ କରିଛନ୍ତି ।

ଭିଡିଓ ସହ ରାଇନା ସୋସିଆଲ ମିଡିଆରେ ଆଉ ଏକ ଫଟୋ ବି ସେୟାର କରିଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କ ସହ ନଜର ଆସିଛନ୍ତି । କ୍ରିକେଟର୍ ଧୋନୀଙ୍କ ବାୟୋପିକ୍ ସୁଟିଂବେଳେ ରାଇନା ସୁଶାନ୍ତଙ୍କ ସହ ଏହି ଫଟୋଟିକୁ କ୍ଲିକ୍ କରାଇଥିଲେ ।

Leave A Reply

Your email address will not be published.