Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟରଙ୍କ ଉପରେ ମହିଳାଙ୍କ ବ୍ଳାକମେଲିଂ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମର ସ୍ପିନ ବୋଲର ଶାଦାବ ଖାଁଙ୍କ ନାମରେ ଜଣେ ମହିଳା ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ଦୁବାଇରେ ରହୁଥିବା ଅଶରୀନା ସୋଫିୟାଙ୍କ ମତରେ ମାର୍ଚ୍ଚ ୨୦୧୯ରୁ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଇଥିଲା । ଏହା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲୁ । ଗୁୟନା, ବାଂଲାଦେଶ ଓ ଦୁବାଇରେ ମୁଁ ତାଙ୍କ ପିଛା ବହୁତ ଅର୍ଥ ଖର୍ଚ୍ଚ କରିଥିଲି ।

ଏହା ପରେ ସେ ଅନ୍ୟ ଝିଅ ସହିତ ସମ୍ପର୍କ ରଖିଥିଲେ । ମୁଁ ଏଥିନେଇ ତାଙ୍କୁ ବିରୋଧ କରିବାରୁ ସେ ଆମ ନିକଟତର ମୂହର୍ତର ଫଟୋ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ । ବାରମ୍ବାର ବ୍ଲାକମେଲିଂ କରିବାରୁ ବାଧ୍ୟ ହୋଇ ଗଣମାଧ୍ୟମ ସମ୍ମୁଖକୁ ଆସିଲି ବୋଲି ସେ ସୋଫିୟା କହିଛନ୍ତି ।

Leave A Reply

Your email address will not be published.