Latest Odisha News

BREAKING NEWS

ବୈଭବଙ୍କୁ ଦେଶର ମାନ ବଢ଼ାଇବାକୁ କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ଆନ୍ତର୍ଜାତୀୟ ପଦାର୍ପଣ ପରେ ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୈଭବ ତୁମେ ଭଲ ପ୍ରଦର୍ଶନ କରି ଦେଶର ମାନ ବଢ଼ାଇବାକୁ ଚେଷ୍ଟା କର । ଏହି ଅବସରରେ ଅଧିନାୟକ ପଦରୁ ହଟିବା ନେଇ ସେ ଅସନ୍ତୁଷ୍ଟ ଥିବା ଖବରକୁ ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଉଥିଲେ ମଧ୍ୟ ଏହା ସତ୍ୟ ନୁହେଁ । ଏ ଭଳି ଭିତିହୀନ ଖବରକୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସୂର୍ଯ୍ୟକୁମାର କହିଛନ୍ତି । ମୁଁ ସର୍ବଦା ଭାରତୀୟ ଟିମ ସହିତ ରହିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିବା ପରେ ତାଙ୍କୁ ଦଳରୁ ବାହାର କରାଯିବା ସହ ଶ୍ରେୟାଶ ଆୟାରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ଟି୨୦ରେ ସୂର୍ଯ୍ୟକୁମାର ଭାରତର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଗଣିତ । ସେ ୫୨ ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ବେଳେ ଟିମ ଇଣ୍ଡିଆ ୪୨ ମ୍ୟାଚରେ ବିଜୟ ହାସଲ କରିଛି । ୮ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ୨ଟିର ଫଳାଫଳ ବାହାରି ପାରି ନାହିଁ । ଶ୍ରେୟାଶ ଦଳର ନେତୃତ୍ୱ ନେବା ପରେ ଭାରତର ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନାହିଁ । ଆୟର୍ଲାଣ୍ଡ ନିକଟରୁ ସିରିଜ ପରାଜୟବରଣ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ରେ ଦଳ ପରାଜିତ ହୋଇଛି । ପ୍ରଥମ ମ୍ୟାଚ ବର୍ଷା ଯୋଗ ବାତିଲ ହୋଇଥିଲା ।

Leave A Reply

Your email address will not be published.