Latest Odisha News

BREAKING NEWS

ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

ବ୍ୟୁରୋ: ଆସୁଛି ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ସୂର୍ଯ୍ୟ-ଅନ୍ତ ସେ ଆରମ୍ଭ ତକ୍‌’ ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ମୁଭିର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଓ ଏମ୍ସ ଦିଲ୍ଲୀର ରେସିଡେଂଟ ଡାକ୍ତରମାନେ ସନ୍ନି ଦେଓଲ ଷ୍ଟାରର ଏହି ଫିଲ୍ମକୁ କଡା ନିନ୍ଦା କରିଛନ୍ତି । ଫିଲ୍ମର ଟିଜରରେ ଦେଖାଯାଇଥିବା କାହାଣୀର ପ୍ଲଟ୍ ସେମାନଙ୍କ ବୃତ୍ତିକୁ କୁଠାରଘାତ କରୁଥିବା ଅଭିଯୋଗ ହୋଇଛି । ଏହା ଡାକ୍ତରୀ ବୃତ୍ତିରେ ଦୁର୍ନୀତିକୁ ସାଧାରଣୀକରଣ କରୁଛି ଏବଂ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ବିରୁଦ୍ଧରେ ହିଂସାକୁ ଯଥାର୍ଥ କରିବା ବିପଦ ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଇଛି । ବିଷୟବସ୍ତୁର ନିରପେକ୍ଷ ସମୀକ୍ଷା ଏବଂ ପ୍ରଯୁଜ୍ୟ ଆଇନ ଅନୁସାରେ ତୁରନ୍ତ ଉପଯୁକ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଫିଲ୍ମରେ ରବି କିଶନ ମଧ୍ୟ ନଜର ଆସିଛନ୍ତିା ନଭେମ୍ବର ୨୦ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଟିଜର ସୋମବାର ରିଲିଜ୍ ହୋଇଥିଲା । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆଇଏମଏ ତରଫରୁ ଏକ ବିବୃତିରେ କୁହାଯାଇଛି ଡାକ୍ତର ମାନେ ଚିକିତ୍ସକ, ଘୃଣା କିମ୍ବା ହିଂସାର ଟାର୍ଗେଟ ନୁହନ୍ତି । ପ୍ରତିଦିନ ହଜାର ହଜାର ଡାକ୍ତର ମାନବିକତା ଓ ସେବା ମନୋଭାବରେ କାମ କରିଚାଲିଛନ୍ତି । ବିଭିନ୍ନ ଚାଲେଂଜ ଗ୍ରହଣ କରି ରୋଗୀକୁ ବଂଚାଇବାର ଚେଷ୍ଟା କରନ୍ତି । କିନ୍ତୁ କିଛି ହାତଗଣତି ଲୋକଙ୍କ ଭୁଲ୍ ପାଇଁ ପୁରା ବୃତ୍ତି କିମ୍ବା ଅନ୍ୟ ଡାକ୍ତରଙ୍କୁ ଟାର୍ଗେଟ କରି ଏପରି ଫିଲ୍ମ ବନାଇବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି । ସୃଜନଶୀଳ ଅଭିବ୍ୟକ୍ତିର ସ୍ୱାଧୀନତା ମୌଳିକ ଅଧିକାର କିନ୍ତୁ ଏହାକୁ ଦାୟିତ୍ୱର ସହ ପାଳନ କରିବା ଜରୁରୀ । ଡାରକ୍ତରଙ୍କ ବିରୋଧରେ ହିଂସାକୁ ଗୌରବର ସହ ଗ୍ରହଣ କରିବା ଉଚ୍ଚିତ ନୁହେଁ । ଏହା ରୋଗୀ ଓ ଡାକ୍ତରଙ୍କ ଭିତରେ ଥିବା ବିଶ୍ୱାସର ମୁଳଦୂଆ ଦୋହଲେଇଦେଇପାରେ ବୋଲି ମତ ବ୍ୟକ୍ତ କରିଛନ୍ତି କିଛି ଡାକ୍ତର । ଫିଲ୍ମରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଶାରିରୀକ ନିର୍ଯ୍ୟାତନାକୁ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି । ଫିଲ୍ମର ବିଷୟବସ୍ତୁ ଡାକ୍ତରୀ ଭାଇଚାରା ବିରୁଦ୍ଧରେ ହିଂସାକୁ ଉସୁକାଏ ନାହିଁ କିମ୍ବା ପ୍ରଶଂସିତ କରେନାହିଁ ବୋଲି ସିବିଏଫସି ପକ୍ଷରୁ କୁହାଯାଇଛି । ନଭେମ୍ବର ରିଲିଜ୍ ଡେଟ୍ ଫାଇନାଲ ହେବା ପୂର୍ବରୁ ଫିଲ୍ମର ପ୍ରତିଟି ସିନ୍ ଡାଇଲଗ୍ ଓ କାହାଣୀକୁ ରିଭ୍ୟୁ କରାଯାଇଛି ବୋଲି କୁହାଯାଇଛି ।

Leave A Reply

Your email address will not be published.