Latest Odisha News

ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ: ୧୧ଟି ହକ୍ ବିମାନ ସାମିଲ ହେବେ

ଭୁବନେଶ୍ବର: ଆଉ କିଛି ସମୟ ପରେ ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ରିହର୍ସଲ ମଧ୍ୟ ଠିକଠାକ୍ ହୋଇଥିଲା ।  ଏୟାର୍‌ ସୋ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବାଲିଯାତ୍ରା ପଡ଼ିଆରେ ସକାଳୁ ସକାଳୁ ସମସ୍ତେ ପହଁଚିଲେଣି । ଏହି ସୋ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଯୋଗଦେବେ ।

ସୋର ପ୍ରଥମ ପର୍ଯ୍ୟାୟରେ ୯ ଟି ବିମାନ ଏକା ସାଙ୍ଗରେ ଉଡିବ । ପରେ ଦୁଇଟି ଲେଖାଏଁ ବିମାନ ୧୬୦୦ କିମି ପ୍ରତି ଘଣ୍ଟା ବେଗରେ ୨୦୦ ରୁ ୩୦୦ ଫୁଟ ଉଚ୍ଚରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ।  ଲୋକଙ୍କ ଭିଡକୁ ଦେଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି କମିଶନରେଟ ପୋଲିସ । ଏହି ସୋ ବେଳେ ସୁରକ୍ଷା ପାଇଁ ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।  ସାଧାରଣ ଲୋକ  ସୋ’କୁ ଦେଖିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଗାଡ଼ି ରଖିବା ପାଇଁ ପାର୍କିଂ ରହିଛି । ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’ ବିଭିନ୍ନ ଟିଭି ଚ୍ୟାନେଲରେ ମଧ୍ୟ ଲାଇଭ ଚାଲିବ । ଆପଣମାନେ ଘରେ ରହି ମଧ୍ୟ ଶୋ କୁ ଉପଭୋଗ କରିପାରିବେ ।  ଆଜି ୨୦ ମିନିଟ୍‌ ଧରି ଚାଲିବାକୁ ଥିବା ଏହି ଏୟାର ସୋ’ରେ ୧୧ଟି ହକ୍ ବିମାନ ସାମିଲ ହେବେ। ବିମାନଗୁଡ଼ିକ ୫ଶହ ଫୁଟ ଉପରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବେ ।

Comments are closed.