Latest Odisha News

BREAKING NEWS

ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର

ୟୁଏଇ: ହଂକଂ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ଏବେ ସମସ୍ତଙ୍କ ହୃଦୟ ଜିତିଛି। ସୋଶିଆଲ ମିଡିଆରେ ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଛି। ପ୍ରଶଂସକ, ଭେଟେରାନ୍ ସମୀକ୍ଷକ, ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ ଶେଷ ଓଭରରେ ବ୍ୟାଟିଂ କରିବାକୁ ବାହାରି ଗୋଟିଏ ପରେ ଗୋଟିଏ ବଡ ସର୍ଟ ଖେଳିଥିଲେ। ୧୭.୨ ଓଭରରେ ସୂର୍ଯ୍ୟ କୁମାର କ୍ରିଜକୁ ଆସିଥିଲେ। ଏହି ଇନିଂସରେ ସୂର୍ଯ୍ୟକୁମାର ୨୬ ଟି ବଲ ଖେଳି ୬୮ ରନ୍ କରିଥିଲେ। ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ହାର ୨୬୧.୫୪ ଥିଲା।

ସୂର୍ଯ୍ୟକୁମାର ତାଙ୍କ ଇନିଂସରେ ୬ଟି ଚୌକା ଓ ୬ ଛକା ମାରିଥିଲେ। ସେ ଇନିଂସର ଶେଷ ଓଭରରେ ଚାରିଟି ଛକା ମାରିଥିଲେ। ପ୍ରଥମ ତିନୋଟି ବଲରେ କ୍ରମାଗତ ତିନିଟି ଛକା ମାରିବା ପରେ ଚତୁର୍ଥ ବଲଟରେ କୌଣସି ରନ୍ ହୋଇନଥିଲା। ପଞ୍ଚମ ବଲରେ ସେ ପୁଣି  ଛକା ମାରିଥିଲେ ଏବଂ ଶେଷ ବଲରେ ଦୁଇ ରନ୍ ନେଇଥିଲେ।

ମ୍ୟାଚ୍ ପରେ ସୂର୍ଯ୍ୟକୁମାର ଯାଦବ କୋହଲିଙ୍କୁ ତାଙ୍କ ଇନିଂସ ବିଷୟରେ କହିଥିଲେ। କୋହଲି କହିଥିଲେ, ୬ଟି ଛକା ମାରିବାରେ ଦ୍ୱିତୀୟ ଭାରତୀୟ ହୋଇଥାନ୍ତେ। ଯଦି ଚତୁର୍ଥ ଏବଂ ଷଷ୍ଠ ବଲରେ ଛକା ହୋଇଥାନ୍ତା । ସୂର୍ଯ୍ୟକୁମାର ଜବାବରେ କହିଥିଲେ, ‘ମୁଁ ଚେଷ୍ଟା କରୁଥିଲି କିନ୍ତୁ ହୋଇପାରିଲାନି। ଏହି ସମୟରେ ସେ ପୂର୍ବତନ ଖେଳାଳି ଯୁବରାଜଙ୍କ ଇନିଂସକୁ ସେ ମନେ ପକାଇ କହିଥିଲେ, ‘ଯୁବରାଜ ଯାହା କରିଥିଲେ ତାହା ଚମତ୍କାର ଥିଲା। ବିଶେଷକରି ବ୍ରଡ ଓଭରରେ ଛଅଟି ଛକା ମାରିବା ସ୍ମରଣୀୟ ଇନିଂସ ଥିଲା।

ଏହା ପରେ ସୂର୍ଯ୍ୟ କୁମାର କୋହଲିଙ୍କୁ ତାଙ୍କ ଇନିଂସ ବିଷୟରେ ପଚାରିଥିଲେ। କୋହଲି କହିଛନ୍ତି, ଛଅ ସପ୍ତାହ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହିବା ସହଜ ନୁହେଁ । କାରଣ କ୍ରିକେଟ୍ ସହିତ ଏ ସମୟରେ ସମ୍ପର୍କ ରୁହେ ନାହିଁ। ମାନସିକ ସ୍ତରରେ ପ୍ରସ୍ତୁତି କରି ଆସିଥିଲେ। ଆଉ ମ୍ୟାଚରେ ବ୍ଯାଟିଂ କରିବା ବେଳେ ମଜା ନେଇଥିଲେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.