Latest Odisha News

BREAKING NEWS

କିଶୋର କୁମାରଙ୍କ ଜୁହୁ ଘରେ କୋହଲି ଖୋଲିବେ ହୋଟେଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । କିଶୋର ଓ ଲୀନାଙ୍କ ପୁତ୍ର ସୁମିତଙ୍କ ସହ କୋହଲି ଏ ନେଇ କିଛି ଦିନ ତଳେ ଆଲୋଚନା କରିଥିଲେ । ଶେଷରେ ସୁମିତ ଏହାକୁ ଭଡା ସୂତ୍ରରେ ଦେବା ପାଇଁ ରାଜି ହୋଇଥିଲେ । ଏହି ବଙ୍ଗଳାରେ କିଶୋର କୁମାର ଅଧିକାଂଶ ସମୟ ରହିଥାନ୍ତି । ସେ ତାଙ୍କ ଘର ଚାରିପଟେ ସୁନ୍ଦର ଗଛ ଲଗାଇବା ସହ ଏହାର ନାମକରଣ ମଧ୍ୟ କରିଥିଲେ । ସେହିପରି ତାଙ୍କ ଗ୍ୟାରେଜରେ ସେ ସମୟରେ ଦାମୀ କାର ମଧ୍ୟ ଏଠାରେ ରହୁଥିଲା ।

BjdElectrycity

୨୦୧୮ରେ ଏହି ବଙ୍ଗଳାରେ ହୋଟେଲ କରିବା ନେଇ ସୁମିତ ଜଣଙ୍କୁ ୩ ବର୍ଷ ଲିଜରେ ଦେଇଥିଲେ । ମାତ୍ର ବିଏମସି ଏହାର ଗ୍ରାଉଣ୍ଡ ଫ୍ଲୋର ଅବୈଧ ଭାବେ ନିର୍ମାଣ ହୋଇଛି ଦର୍ଶାଇ ନୋଟିସ ଜାରୀ କରିଥିଲା । ଫଳରେ ବଙ୍ଗଳାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କୋହଲି କ୍ରିକେଟ ସହ ତାଙ୍କ ଅନ୍ୟ ବ୍ୟବସାୟ ମଧ୍ୟ ବଢ଼ାଇବାରେ ଲାଗିଛନ୍ତି । ସେ ୟୁଏଇର ରୟାଲ୍ସ ଟେନିସ ଟିମ କିଣିଥିବା ବେଳେ ୱାନଏଇଟ କମ୍ୟୁନେ ନାମକ ରେଷ୍ଟୋବାରର ମାଲିକ ମଧ୍ୟ ଅଟନ୍ତି । ଏହା ବ୍ୟତୀତ ୱାର୍ଗନ ବ୍ରାଣ୍ଡର କୋ ଫାଉଣ୍ଡର ଏବଂ ଆଇଏସଏଲର ଏଫସି ଗୋଆ ଫ୍ରାଂଚାଇଜ ସହ ଜଡିତ ।

Leave A Reply

Your email address will not be published.