ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚରେ ରବିବାର ଦିନ ଭାରତ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଛି।ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ଅତି ସହଜରେ ଭାରତ ୧୫.୫ ଓଭରରେ ୧୩୧/୩ରେ ଲକ୍ଷ୍ୟ ହାସଲ କରିଛି । ମ୍ୟାଚ୍ ପରେ, ସୂର୍ଯ୍ୟକୁମାର ଦେଶକୁ ଏକ ବାର୍ତ୍ତା ଦେଇଥିଲେ।
ସୂର୍ଯ୍ୟ କୁମାର ଯାଦବ କହିଛନ୍ତି ଯେ, ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାରଙ୍କ ସହିତ ଛିଡ଼ା ହୋଇଛୁ। ଆମେ ଏହି ବିଜୟକୁ ଆମର ସମସ୍ତ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛୁ, ଯେଉଁମାନେ ଅଦମ୍ୟ ସାହସ ଦେଖାଇଛନ୍ତି । ଆଶା କରୁଛି ସେମାନେ ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିବେ। ଆମେ ଯେତେବେଳେ ସୁଯୋଗ ପାଇବୁ, ଆମେ ସେମାନଙ୍କୁ ପଡ଼ିଆରେ ହସିବା ପାଇଁ ଅଧିକ କାରଣ ଦେବୁ।

ସୂଚନଥାଉକି, ପ୍ଲେୟାର ଅଫ୍ ଦି ମ୍ୟାଚ୍ କୁଲଦୀପ ଯାଦବ ହୋଇଛନ୍ତି । ଏପଟେ ସୂର୍ଯ୍ୟକୁମାରଙ୍କ ଜନ୍ମଦିନ ୧୪ ସେପ୍ଟେମ୍ବରରେ ଥିଲା ଏବଂ ଏହି ଦିନ ଦଳ ତାଙ୍କୁ ବିଜୟର ଉପହାର ଦେଇଛି।
ଭାରତୀୟ ଟିମ୍ ଅନ୍ତର୍ଜାତୀୟ ନିୟମ ଦୃଷ୍ଟିରୁ ପାକିସ୍ତାନ ସହିତ କ୍ରିକେଟ ଖେଳିଥିଲା ସତ ହେଲେ ମନ ଭିତରେ ପହଲଗାମର ହତ୍ୟା ଭୁଲି ନଥିଲା। ଏଥିପାଇଁ ଟସ୍ ହାରିବା ପରେ ବି ପାକିସ୍ତାନ କ୍ୟାପ୍ଟେନ ସହିତ ହାତ ମିଳାଇ ନଥିଲେ ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ଏପରିକି ଖେଳ ଶେଷ ପରେ ମଧ୍ୟ ଭାରତୀୟ ବ୍ୟାଟର୍ ଫିଲ୍ଡ ଭିତରେ ପାକିସ୍ତାନୀ ଫିଲ୍ଡରଙ୍କ ସହ ହାତ ମିଶାଇ ନଥିଲେ ।
ଅପରପକ୍ଷରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ପ୍ରେଜେଣ୍ଟସନରେ ଅନୁପସ୍ଥିତି ସମ୍ପର୍କରେ ପାକିସ୍ତାନ କୋଚ ମାଇକ ହେସନ କହିଛନ୍ତି ଯେ ଯେତେବେଳେ ଦୁଇ ଦଳ ହାତ ମିଳାଇ ନଥିଲେ, ପାକିସ୍ତାନ ଅଧିନାୟକ ସଲମାନଙ୍କ ଅନୁପସ୍ଥିତି ଏକ ପ୍ରତିକ୍ରିୟା ଥିଲା। ଆମେ ମ୍ୟାଚ୍ ଶେଷରେ ହାତ ମିଳାଇବାକୁ ଚାହୁଁଥିଲୁ। କିନ୍ତୁ ତାହା ହୋଇନଥିଲା।
କୋଚ ମାଇକ୍ ହେସନ୍ ଆହୁରି କହିଛନ୍ତି ଯେ, ଆମେ ମ୍ୟାଚ୍ ଶେଷରେ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ଆମର ପ୍ରତିପକ୍ଷ ଖେଳାଳିମାନେ ଏପରି ନକରିବାରୁ ଆମେ ନିରାଶ। ଆମେ ହାତ ମିଳାଇବାକୁ ଯାଇଥିଲୁ। କିନ୍ତୁ ସେମାନେ ପୂର୍ବରୁ ଚେଞ୍ଜିଙ୍ଗ ରୁମକୁ ପଳାଇଥିଲେ। ମ୍ୟାଚ୍ ରେ ଏହି ତରିକା ନିରାଶାଜନକ ଥିଲା। ଆମେ ଆମ ଖେଳକୁ ନେଇ ନିରାଶ ଅଛୁ ।
Comments are closed.