Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ସୂର୍ଯ୍ୟକୁମାରଙ୍କୁ ମିଳିବ ୨ଟି ମ୍ୟାଚରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହି ସିରିଜ ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି ମ୍ୟାଚ । ପ୍ରଥମ ୨ଟି ମ୍ୟାଚ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋଚ ରାହୁଲ ଡ୍ରାଭିଡ ଟିମ କମ୍ବିନେଶନ ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରି ସାରିଛନ୍ତି । ଏବେ ତାଙ୍କର ଶେଷ ଟ୍ରମ୍ପ କାର୍ଡ ସୂର୍ଯ୍ୟକୁମାର ଯାଦବ କିପରି ଫର୍ମକୁ ଫେରିବା ତାହା ଚିନ୍ତାର ବିଷୟ ହୋଇଛି । ଡ୍ରାଭିଡ ସ୍ପଷ୍ଟ ଭାବେ ସୂର୍ଯ୍ୟକୁମାରଙ୍କୁ ସମର୍ଥନ କରିବା ସହ ସେ ଏହି ସିରିଜରେ ୨ଟି ମ୍ୟାଚ ଖେଳିବା ନିଶ୍ଚିତ ବୋଲି କହିଛନ୍ତି । ଟି୨୦ ସୂର୍ଯ୍ୟକୁମାର ୪୭ ଆଭରେଜରେ ରନ ସଂଗ୍ରହ କରୁଥିବା ବେଳେ ଦିନିକିଆରେ କିନ୍ତୁ ତାଙ୍କ ବ୍ୟାଟ ନୀରବ ରହିଛି । ସେ ଏହି ଫର୍ମାଟରେ ୨୪.୪୧ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।

ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ସୂର୍ଯ୍ୟକୁମାର ଏକାକୀ ମ୍ୟାଚର ଗତିପଥ ବଦଳାଇବା ଦକ୍ଷତା ରଖିଛନ୍ତି ବୋଲି ଡ୍ରାଭିଡ କହିଛନ୍ତି । ଏହି ସିରିଜର ବାକି ୨ଟି ମ୍ୟାଚ ୨୪ ଓ ୨୭ରେ ମୋହାଲୀ ଏବଂ ଇନ୍ଦୋରରେ ଖେଳାଯିବ । ଅନ୍ୟ ଅର୍ଥରେ ବିଶ୍ୱକପ ଦଳରେ ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ପ୍ରଦର୍ଶନ ମାଧ୍ୟମରେ ମ୍ୟାନେଜମେଂଟକୁ ବିଶ୍ୱାସକୁ ଆଣିବା ପାଇଁ ଚାହିଁବେ । ଅପରପକ୍ଷରେ ଅଷ୍ଟ୍ରେଲିଆ ଟିମ ଭାରତୀୟ ପିଚ ସହିତ ଅଭ୍ୟସ୍ତ ହୋଇ ବିଶ୍ୱକପ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଚାହିଁବେ । ପ୍ରଥମ ୨ଟି ଦିନିକିଆରେ ଭାରତର ନେତୃତ୍ୱ କେଏଲ ରାହୁଲ ନେବେ ।

Leave A Reply

Your email address will not be published.