Latest Odisha News

BREAKING NEWS

ସୂର୍ଯ୍ୟକୁମାର-ସାଂଟେନରଙ୍କ ମଧ୍ୟରେ କିଏ ରହିଛି ଆଗରେ

ଅହମ୍ମଦାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ କେବଳ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠାରୁ ହାରି ନ୍ୟୁଜିଲାଣ୍ଡ ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ରହିଛି । ସୂର୍ଯ୍ୟକୁମାର ଯାଦବ ଓ ମିଚେଲ ସାଂଟେନରଙ୍କ ନେତୃତ୍ୱରେ ଉଭୟ ଟିମ କ୍ରିକେଟର ଏହି ଛୋଟ ଫର୍ମାଟରେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୂର୍ଯ୍ୟକୁମାର ୫୧ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ଏଥିରେ ଟିମ ଇଣ୍ଡିଆ ୩୯ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୮ଟିରେ ପରାଜିତ ହୋଇଛି । ୨ଟି ମ୍ୟାଚର ଫଳାଫଳ ବାହାରି ପାରି ନାହିଁ ।

ଅପରପକ୍ଷରେ ସାଂଟେନର ୫୨ଟି ମ୍ୟାଚରେ ନ୍ୟୁଜିଲାଣ୍ଡର ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ଏଥିରେ ନ୍ୟୁଜିଲାଣ୍ଡ ୨୮ରେ ବିଜୟ ଏବଂ ୧୮ରେ ପରାଜିତ ହୋଇଛି । ବିଜୟ ପ୍ରତିଶତରେ ସାଂଟେନର ନିଶ୍ଚିତ ଭାବେ ସୂର୍ଯ୍ୟଙ୍କଠାରୁ ପଛରେ ପଡିଛନ୍ତି । ଫାଇନାଲରେ କାହାର ନେତୃତ୍ୱ ବିପକ୍ଷ ଦଳ ଉପରେ ଭାରୀ ପଡୁଛି ତାହା ସମୟ କହିବ । ସୂର୍ଯ୍ୟକୁମାର ଏ ପର୍ଯ୍ୟନ୍ତ ତାଙ୍କ ସ୍ୱାଭାବିକ ପ୍ରଦର୍ଶନ କରି ନାହାନ୍ତି । ଫାଇନାଲରେ ଦଳ ନିଶ୍ଚିତ ଭାବେ ତାଙ୍କଠାରୁ ଏକ ସ୍ମରଣୀୟ ଇନିଂସ ଆଶାରେ ରହିବ ।

Leave A Reply

Your email address will not be published.