Latest Odisha News

BREAKING NEWS

ମୁକୁଳା ଡ୍ରେନରେ ଖସି ପଡ଼ି ଚାଲିଗଲା ସଫେଇ କର୍ମଚାରୀଙ୍କ ଜୀବନ

କଟକ: ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । କଟକ ସହରରେ ମୁକୁଳା ଡ୍ରେନରେ ପଡ଼ି ଆଉ ଜଣଙ୍କ ଜୀବନ ଯାଇଛି । କଟକର ବରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତ ୪ ଦିନ ତଳେ ମୁକୁଳା ଡ୍ରେନରେ ଖସି ପଡ଼ି କଟକ ସହରରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା । ସପ୍ତାହକ ମଧ୍ୟରେ ମୁକୁଳା ଡ୍ରେନ୍ ଦୁଇ ଦୁଇଟି ଜୀବନ ନେବା ପରେ କାଠଗଡ଼ାରେ ସିଏମସି ।

ମିଳିଥିବା ସୂଚନା ଅନୁସାରେ, ମୃତକ ଜଣଙ୍କ ଜଣେ ସଫେଇ କର୍ମଚାରୀ । ସେ ଜାଇକା ପ୍ରକଳ୍ପରେ କାମ କରୁଥିଲେ । ତାଙ୍କ ନାଁ ନୃସିଂହ ରାଓ ବୋଲି ଜଣାପଡ଼ିଛି । ସେ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ ।

ଡ୍ରେନରୁ ତାଙ୍କୁ ଉଦ୍ଧାର ଲାଗି ସ୍ଥାନୀୟ ଲୋକେ ଚେଷ୍ଟା କରି ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହ ଉଦ୍ଧାର କରିଥିଲା । ନୃସିଂହଙ୍କୁ କଟକ ବଡ଼ ମେଡିକାଲକୁ ନିଆ ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଶନିବାର ରାତିରେ ଝୋଲା ସାହିରେ ୨୧ ବର୍ଷୀୟ ଯୁବକ ମୁକୁଳା ଡ୍ରେନକୁ ଖସି ପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ରାଜସ୍ଥାନର ରାହୁଲ୍ । ସେ ତାଙ୍କ ସମ୍ପର୍କୀୟଙ୍କ ସହ ଝୋଲା ସାହିରେ ରହୁଥିଲେ । ଏହା ପୂର୍ବରୁ ମେ ୧୩ରେ ବକ୍ସ ଡ୍ରେନରେ ଖସି ପଡ଼ି ୧୩ ବର୍ଷର ନାବାଳିକା ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.