Latest Odisha News

ଭାଇରାଲ ହେଉଛି ଭିଡିଓ: ଐଶ୍ୱର୍ଯ୍ୟାଙ୍କ ସହ ଦିନେ ଡ୍ୟାନ୍ସ କରିଥିଲେ ସୁଶାନ୍ତ !

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ଏଭଳି ସମୟରେ ସୁଶାନ୍ତଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ସହ ବ୍ୟାକଗ୍ରାଉଣ୍ଡରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ଏହି ଭିଡିଓଟି ୨୦୧୦ ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିବା କମନୱେଲ୍‌ଥ ଗେମ୍ସ ସମୟରେ ହୋଇଥିଲା ।

ସୁଶାନ୍ତ ଟେଲିଭିଜନ୍ ଓ ବଲିଉଡରେ ନିଜର ଅଭିନୟ ଯାତୁ ଦେଖାଇ ଲୋକପ୍ରିୟ ହୋଇଥିବା ବେଳେ ତାଙ୍କର ଡ୍ୟାନ୍ସରେ ମଧ୍ୟ ରୁଚି ରହିଛି । ସେ ଶ୍ୟାମକ ଡ୍ୟାନ୍ସ ଏକାଡେମୀରୁ ନୃତ୍ୟ ଶିଖିଥିଲେ ।

ଏପରିକି ସେ ୨୦୧୦ ମସିହାରେ ‘ଜରା ନଚକେ ଦିଖା-୨’ରେ କଣ୍ଟେଷ୍ଟଣ୍ଟ ଭାବେ ଯୋଗ ଦେଇଥିଲେ । ଯେଉଁଥିରେ ସେ ମସ୍ତ କଲନ୍ଦର ବୟଜ ଟିମରେ ଥିଲେ ।

 

Leave A Reply

Your email address will not be published.