Latest Odisha News

BREAKING NEWS

ଇଡି ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ; ଫିଲ୍ମ ‘ରାବ୍‌ତା’ ପାଇଁ ସୁଶାନ୍ତ ନେଇଥିଲେ ୧୭ କୋଟି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣି ଜୋରଦାର ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ଦେୟ ବିଷୟରେ ଇଡି ସୂଚନା ପାଇଛି। ସୂଚନାନୁସାରେ ସୁଶାନ୍ତଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ ସନ୍ଦେହଜନକ ଦେୟ ପ୍ରଦାନ କରାଯାଇଥିଲା। ଏହି ଦେୟର ପରିମାଣ ୧୭କୋଟି ବୋଲି କୁହାଯାଉଛି।

ଏହି ଦେୟ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସୂତ୍ରରୁ ପ୍ରକାଶ। ୧୭ କୋଟିର ଏହି ଦେୟ ୨୦୧୭ରେ ସୁଶାନ୍ତଙ୍କ ଫିଲ୍ମ ‘ରାବ୍‌ତା’ ପାଇଁ କରାଯାଇଥିଲା। ଗତ ମାସରେ ଫିଲ୍ମର ନିର୍ମାତା ଦୀନେଶ ବିଜାନଙ୍କୁ ଇଡି ପ୍ରଶ୍ନ କରିଛି। ଦୀନେଶଙ୍କୁ କିଛି ଦେୟ ଦଲିଲ ଦାଖଲ କରିବାକୁ କୁହାଯାଇଥିଲା। ତେବେ ସେ ହଙ୍ଗେରୀରେ ସୁଟିଂ ହୋଇଥିବା ଫିଲ୍ମର ବିଦେଶୀ ସୁଟ୍ ବଜେଟର ସବିଶେଷ ତଥ୍ୟ ଦାଖଲ କରିବାରେ ସକ୍ଷମ ହୋଇ ନାହାଁନ୍ତି।

Comments are closed.