Latest Odisha News

BREAKING NEWS

ଛାଡପତ୍ର ପାଇଁ ଆବେଦନ କଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ନୂଆଦିଲ୍ଲୀ : ଆଇଏଏସ୍ ଟ୍ରେନିଂ ବେଳେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ଜଣେ ଥିଲେ ୨୦୧୫ ମସିହାର ୟୁପିଏସି ଟପ୍ପର ଟିନା ଦାବି ଓ ଅନ୍ୟ ଜଣେ ଦ୍ୱିତୀୟ ଟପ୍ପର ଅଥର ଖାନ । ସକାଳେ ଦୁହିଁଙ୍କର ଟ୍ରେନିଂ ବେଳେ ଦେଖା ହୋଇଥିଲା ଆଉ ସନ୍ଧ୍ୟାରେ ଅଥର ଟିନାଙ୍କୁ ପ୍ରପୋଜ କରିଥିଲେ । ଏମିତି ଭାବରେ ଗଢିଉଠିଥିଲା ଦୁହିଁଙ୍କ ପ୍ରେମ କାହାଣୀ.. । ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ କିନ୍ତୁ ଜାତିବାଦକୁ ପଛରେ ପକାଇ ଦୁହେଁ ୨୦୧୮ରେ ବିବାହ କଲେ ଆଉ ଅନେକ ଏମାନଙ୍କ ବିବାହକୁ ଆଦର୍ଶ ବିବାହ ବୋଲି ମଧ୍ୟ କହିଥିଲେ । ବେଶ୍ ଚର୍ଚ୍ଚାରେ ରହିଥିଲେ ଏହି ଯୋଡି । କିନ୍ତୁ ବର୍ତ୍ତମାନ ଟିନା ଓ ଅଥର ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ଛାଡପତ୍ର ପାଇଁ ଜୟପୁର ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆପୋଷ ବୁଝାମଣାରେ ଛାଡପତ୍ର ଦେବା ପାଇଁ ଆବେଦନରେ ଦର୍ଶାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ପାଇଁ ସେମାନେ ଛାଡପତ୍ର ନେବାକୁ ଚାହୁଁଛନ୍ତି । ଜଣାପଡିଛି ଯେ ଟିନା ଦାବି କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ନିଜ ନାମରୁ ଖାନ ସାଙ୍ଗିଆ ହଟାଇବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏହି କାରଣରୁ ଅଥର ତାଙ୍କୁ ଇନଷ୍ଟାଗ୍ରାମରେ ଅନଫ୍ରେଣ୍ଡ କରିଦେଇଛନ୍ତି ।

ଜଣେ ଦଳିତ ଝିଅ ଟିନା ଦଳିତ ଝିଅ ହୋଇଥିବା ବେଳେ ଅଥର ଜମ୍ମୁ କାଶ୍ମୀରର ପୁଅ । ଦୁହେଁ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଦିଲ୍ଲୀରେ ବେଶ୍ ଧୁମ୍‌ଧାମରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଦୁଇ ସମ୍ପ୍ରଦାୟ ଭିତରେ ବିବାହକୁ ନେଇ ଅନେକ ଏହାକୁ ନେଇ ସମାଲୋଚନା କରିଥିଲେ ମଧ୍ୟ ସେମାନେ ଏ ନେଇ ଚିନ୍ତିତ ନୁହଁନ୍ତି ବୋଲି ସେହି ସମୟରେ ଏହି ଯୋଡି କହିଥିଲେ ।

Leave A Reply

Your email address will not be published.