Latest Odisha News

BREAKING NEWS

ଆଜି ବିଶ୍ୱ ଟେଲିଭିଜନ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ।୧୯୯୬ ମସିହା ୨୧ ନଭେମ୍ବର ଏବଂ ୨୨ ନଭେମ୍ବରରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା। ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ସ୍ଥାପିତ କରାଯାଇଥିଲା।

ଟେଲିଭିଜନ୍‌ର ସୃଷ୍ଟି ସୂଚନା ଦେବା ପାଇଁ; ତେଣୁ, ସମାନ ଉଦ୍ଦେଶ୍ୟ ଥିବା ଏକାଧିକ ଦିବସ ପାଳନ କରାଯାଉଥିବାରୁ ଜର୍ମାନି ଭଳି କେତେକ ରାଷ୍ଟ୍ରର ପ୍ରତିନିଧି ଏଭଳି ଏକ ଦିବସ ପାଳନ ଅନାବଶ୍ୟକ ବୋଲି କହୁଥିଲେ।ଏଗାରଟି ରାଷ୍ଟ୍ର ଏଥିପାଇଁ ଭୋଟ୍‌ ଦେବାରୁ ବିରତ ହେବା ସତ୍ତ୍ବେ ଏହି ଦିନକୁ ‘ଜାତି ସଂଘ’ ମାନ୍ୟତା ଦେଇଥିଲା।

ଟେଲିଭିଜନ ଏକ ଜନ ମାଧ୍ୟମ, ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ଗପସପ ଆଦି ପ୍ରଦାନ କରିଥାଏ। ଏହା ଧ୍ୱନିରେ ଚାଲୁଥିବା ଛବିକୁ ପ୍ରସାରିତ କରିବାର ଏକ ମାଧ୍ୟମ। ଶିକ୍ଷା ଏବଂ ମନୋରଞ୍ଜନ ଉଭୟର ଏହା ଏକ ପ୍ରମୁଖ ସ୍ରୋତ ବୋଲି ମଧ୍ୟ ଗଣାଯାଏ। ଟେଲିଭିଜନ ସମାଜରେ ସୂଚନା ପହଞ୍ଚାଇବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିଛି।

ଓଡ଼ିଶାରେ ଟେଲିଭିଜନ…

ଓଡ଼ିଶାର କଟକ ଜିଲ୍ଲାରେ ରହିଛି ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକରେ ଥିବା ଏକ ସ୍ୱୟଂଶାସିତ ବୈଷୟିକ ଶିକ୍ଷାନୁଷ୍ଠାନ । ଏଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯାଏ । ଏହା ଓଡ଼ିଶା ସରକାରଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଛି ।

ମହାନଦୀ କୁଳରେ ଓଡ଼ିଶା ରାଜ୍ୟର ସର୍ବପୁରାତନ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂର ପରିସର ମଧ୍ୟରେ ଏହା ରହିଛି । ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ , ବିଭାଗରେ ୩ଟି ସ୍ୱତନ୍ତ୍ର ବିଭାଗ, ଯଥା ସିନେମାଟୋଗ୍ରାଫି , ଶବ୍ଦ ଓ ଟିଭି ଇଂଜିନିଯରିଂ ଏବଂ ଫିଲ୍ମ ଓ ଭିଡିଓଏଡିଟିଂରେ ଶିକ୍ଷା ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.