Latest Odisha News

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କଣ୍ଟ୍ରାକ୍ଟ କପି ଦାଖଲ କରିବାକୁ ୟଶରାଜ ଫିଲ୍ମସକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ବୟାନ ରେକର୍ଡ କରିବା ପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ସହ ସ୍ୱାକ୍ଷରିତ କରିଥିବା ଚୁକ୍ତିନାମା କପି ଦାଖଲ କରିବାକୁ ପାଇଁ ୟଶ ରାଜ ଫିଲ୍ମସ କୁ ନିର୍ଦ୍ଦେଶ ଦେଇଛି। ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ପିଆର ରାଧିକା ନିହାଲାନୀଙ୍କ ପଚରାଉଚରା ପରେ ହୋଇଛି ପୋଲିସ ୟଶରାଜ ଫିଲ୍ମସ କୁ ନୋଟିସ ଜାରି କରିଛି। ଶ୍ରୁତି ପୋଲିସକୁ ପ୍ରକାଶ କରିଛନ୍ତି ଯେ ସୁଶାନ୍ତ ଫିଲ୍ମରେ କାମ କରିବା ବ୍ୟତୀତ ଅନେକ ପ୍ରୋଜେକ୍ଟ ପାଇଁ ଯୋଜନା କରିଥିଲେ। ସେହି ପ୍ରୋଜେକ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଭିଭିଡ୍ ରେଞ୍ଜ୍ ରିଅଲିଷ୍ଟିକ୍ ଭର୍ଚୁଆଲ୍ ନାମକ ଏକ ଭର୍ଚୁଆଲ୍ ଗେମ୍ କମ୍ପାନୀ ପ୍ରତିଷ୍ଠା କରିବା । ଏହା ବ୍ୟତୀତ ସେ ନେସନ ଫର୍ ୱାର୍ଲ୍ଡ ନାମକ ଏକ ସାମାଜିକ ସେବା ପ୍ରୋଜେକ୍ଟରେ କାମ କରୁଥିଲେ ।ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ପ୍ରାୟ ୧୦ ଜଣଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ ସୁଶାନ୍ତଙ୍କ ସହ ଘନିଷ୍ଠ ଥିଲେ। ପୋଲିସ ସୁଶାନ୍ତଙ୍କ ବାନ୍ଦ୍ରା ନିବାସରୁ ପାଞ୍ଚଟି ବ୍ୟକ୍ତିଗତ ଡାଏରୀ ମଧ୍ୟ ଜବତ କରିଛି।

Comments are closed.