Latest Odisha News

BREAKING NEWS

ରଜନୀକାନ୍ତଙ୍କୁ ବୋମା ମାଡ଼ ଧମକ; ତାପରେ କଣ ହେଲା ଜାଣନ୍ତୁ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଛି ବୋମା ମାଡ଼ ଧମକ। ରଜନୀଙ୍କ ଖବର ପାଇ ଚେନ୍ନାଇ ପୋଲିସ, ବମ୍ ଅନୁସନ୍ଧାନକାରୀ ଏବଂ ଡିସପୋଜାଲ୍ ଦଳ ଏହି ଅଭିନେତାଙ୍କ ଘରେ ପହଞ୍ଚିଥିଲେ।
ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଏକ ଅଜଣା ନମ୍ବର କଲ ଆସି ରଜନୀକାନ୍ତଙ୍କ ବାସଭବନରେ ବୋମା ଲଗାଯାଇଥିବା ଦାବି କରିଥିଲେ। ଯେତେବେଳେ ବୋମା ଅନୁସନ୍ଧାନକାରୀ ଦଳ ଏବଂ ପୋଲିସ୍ ରଜନୀକାନ୍ତଙ୍କ ବାସଭବନରେ ପହଞ୍ଚିଥିଲେ କରୋନା ଭୟ ଯୋଗୁଁ ସେମାନଙ୍କୁ ତାଙ୍କ ଘରେ ପ୍ରବେଶ ଏବଂ ସର୍ଚ୍ଚ ଅପରେସନ୍ କରିବାକୁ ଅନୁମତି ଦିଆଯାଇନଥିଲା ।ପୋଲିସ ଏହା ଏକ ଫେକ କଲ ବୋଲି ସ୍ପଷ୍ଟ କରିଛି ।

Leave A Reply

Your email address will not be published.